କଂଗ୍ରେସର ଦିଲ୍ଲୀ ପ୍ରଭାରୀ ପଦରୁ ଇସ୍ତଫା ଦେଲେ ପିସି ଚାକୋ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂ‌ଗ୍ରେସର ଲଜ୍ଜାଜନକ ପରାଜୟ ପରେ ଏଆଇସିସି ଦିଲ୍ଲୀ ପ୍ରଭାରୀ ପିସି ଚାକୋ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ଖରାପ ପ୍ରଦର୍ଶନ ପାଇଁ ସେ ନୈତିକତା ଦୃଷ୍ଟିରୁ ନିଜକୁ ଦାୟୀ କରିବା ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି। ତାଙ୍କ ଇସ୍ତଫାକୁ ସୋନିଆ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର