ଭୁବନେଶ୍ବର : କଟକ ଜିଲ୍ଲାର ବାକି ଥିବା ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୭ଟି ଜିଲ୍ଲା ପରିଷଦ ଜୋନ୍‌ର ବ୍ଲକ କଂଗ୍ରେସ ସଭାପତି ଓ ପୁରୀ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ଜୋନ୍‌ର ବ୍ଲକ କଂଗ୍ରେସ ସଭାପତି ଓ ନଗର ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି।

Advertisment

ଅଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଉପରୋକ୍ତ ନାମ ଘୋଷଣା କରିଛନ୍ତିି। ବାଙ୍କୀ ଅନ୍ତର୍ଗତ ଜୋନ୍‌ଗୁଡ଼ିକର ସଭାପତି ଭାବେ ୬ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ବାଙ୍କୀ ନଗର ସଭାପତି ଭାବେ ଭାଗିରଥୀ ବିଶ୍ବାଳ ନିଯୁକ୍ତି ପାଇଛନ୍ତି।

ପୁରୀ ଜିଲ୍ଲାର ଜୋନ୍‌ ସଭାପତି ଭାବେ ୩୩ଜଣଙ୍କୁ ନିଯୁକ୍ତି ଦିଆଯାଇଛି। କୋଣାର୍କ ଏନ୍‌ଏସି ପାଇଁ ଭରତ ଚନ୍ଦ୍ର ପାଢ଼ୀ, ପିପିଲି ଏନ୍‌ଏସି ନିମନ୍ତେ ସେକ୍‌ ଆବିଦ୍‌ ଉଦ୍ଦିନ, ନିମାପଡ଼ା ଏନ୍‌ଏସି ପାଇଁ ପ୍ରକାଶ ଚନ୍ଦ୍ର ନାୟକ, ପୁରୀ ପୌରପାଳିକା ନିମନ୍ତେ ଛବିନ୍ଦ୍ର ପଢ଼ିଆରୀଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ବୋଲି ପିସିସି ସାଧାରଣ ସଂପାଦକ ବିଶ୍ବଜିତ୍‌ ଦାସ ଜଣାଇଛନ୍ତି।