ପଶ୍ଚିମାଞ୍ଚଳ ଜିଲ୍ଲା ପରିଷଦ ୨୭୨ ସଭାପତିଙ୍କ ତାଲିକା ପ୍ରକାଶ କଲା ପିସିସି

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଜୋନ୍‌ସ୍ତରୀୟ ୨୭୨ଜଣ ସଭାପତିଙ୍କ ନାମ ତାଲିକା ପ୍ରକାଶ କରିଛି। ଏହି ତାଲିକାକୁ ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଅନୁମୋଦନ କରିଛନ୍ତି। ପିସିସିର ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି, ପ୍ରସ୍ତାବିତ ସଭାପତିମାନଙ୍କ ନାମଗୁଡ଼ିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ(ପଶ୍ଚିମାଞ୍ଚଳ) ସୁପାରିସ କରିଥିଲେ। ପଶ୍ଚିମାଞ୍ଚଳର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସୋନପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର ଓ ସମ୍ବଲପୁର ଆଦି ୧୦ଟି ଜିଲ୍ଲାର ଏହି ନୂଆ ସଭାପତିମାନଙ୍କ ନାମ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର