ଦକ୍ଷିଣାଞ୍ଚଳ ଜିଲ୍ଲା ପରିଷଦ ଜୋନ୍‌ ୧୭୪ଜଣ ସଭାପତିଙ୍କ ତାଲିକା ପ୍ରକାଶ କଲା ପିସିସି

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ଦକ୍ଷିଣାଞ୍ଚଳ ବ୍ଲକ କଂଗ୍ରେସ କମିଟି ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ୍‌ଗୁଡ଼ିକର ୧୭୪ଜଣ ସଭାପତିଙ୍କ ନାମ ସମ୍ବଳିତ ତାଲିକା ପ୍ରକାଶ କରିଛି।

ପିସିସିର ଏକ ପ୍ରେସ୍‌ ବିବୃତି ଅନୁଯାୟୀ ପ୍ରସ୍ତାବିତ ସଭାପତିମାନଙ୍କ ନାମ ତାଲିକା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ(ଦକ୍ଷିଣାଞ୍ଚଳ) ସୁପାରିସ କରିଥିଲେ। ସେହି ନାମ ତାଲିକାକୁ ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଅନୁମୋଦନ କରିଛନ୍ତି। ଏହା ଫଳରେ ରାଜ୍ୟର ତୃଣମୁଳ ସ୍ତରରେ କଂଗ୍ରେସ ଦଳ ସୁଦୃଢ଼ ହେବା ସହ କାର୍ଯ୍ୟକର୍ତା ଓ ଲୋକମାନଙ୍କ ଦ୍ୱାରା ଆଦୃତ ଲାଭ କରିପାରିବ ବୋଲି ଦର୍ଶାଯାଇଛି।

ପ୍ରକାଶିତ ତାଲିକାରେ ମାଲକାନଗିରି ଜିଲ୍ଲାର ୧୫ଟି ବ୍ଲକ ଜୋନ୍‌, ନବରଙ୍ଗପୁର ଜିଲ୍ଲାର ୨୬ଟି, ରାୟଗଡ଼ା ଜିଲ୍ଲାର ୨୦ଟି, କଳାହାଣ୍ଡି ଜିଲ୍ଲାର ୩୬ଟି, ନୂଆପଡ଼ା ଜିଲ୍ଲାର ୧୪ଟି, ଗଜପତି ଜିଲ୍ଲାର ୧୪ଟି, କନ୍ଧମାଳ ଜିଲ୍ଲାର ୧୧ଟି, ବୌଦ୍ଧ ଜିଲ୍ଲାର ୯ଟି ଓ କୋରାପୁଟ ଜିଲ୍ଲାର ୨୯ଟି ବ୍ଲକ ଜୋନ୍‌ ସଭାପତିଙ୍କ ନାମ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର