ପିସିସି ସଭାପତିଙ୍କ ଇସ୍ତଫା ଅଗ୍ରାହ୍ୟ ନେଇ ଏଆଇସିସିରେ ନିଷ୍ପତ୍ତି ନିଆଯାଇନାହିଁ: ତାରା

ଭୁବନେଶ୍ୱର : ଗତକାଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଗ୍ରାହ୍ୟ କରିଦେଇଛି ଓ ସେ (ସଭାପତି) ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ହଟିବେନି ବୋଲି ପିସିସି ନେତ୍ରୀ ସନ୍ଧ୍ୟା ମହାପାତ୍ର କହଥିଲେ। କିନ୍ତୁ ଏଆଇସିସିରେ ସେଭଳି କିଛି ନିଷ୍ପତ୍ତି ନିଆଯାଇନଥିବା ଆଜି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି। ୧୫ ତାରିଖରେ ଏଆଇସିସିର ବୈଠକ ଅନୁଷ୍ଠିତ ହେବ। ପରବର୍ତୀ ୧୬ ଓ ୧୭ ତାରିଖରେ ଏଆଇସିସି ବୈଠକରେ ପିସିସି ସଭାପତି ପରିବର୍ତନ ନେଇ ନିଷ୍ପତ୍ତି ନିଆଯିବ। ପିସିସି ସଭାପତିଙ୍କୁ ନିଶ୍ଚିତ ରୂପେ ପରିବର୍ତନ କରାଯିବ ବୋଲି ଶ୍ରୀ ବାହିନୀପତି  ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର