ଭୁବନେଶ୍ୱର:  ସ୍ଥାନୀୟ କଂଗ୍ରେସ ଭବନରେ ଅନୁଷ୍ଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୁଧବାର ୨ଟି ସଂକଳ୍ପ ପାରିତ ହୋଇଥିବା ସୂଚନା ମିଳିଛି। ଏହି ବୈଠକରେ ଏଆଇସିସି ସଦସ୍ୟ ଓ ପିସିସି ସଭାପତି ଚୟନ ପ୍ରସଙ୍ଗରେ ସଙ୍କଳ୍ପ ନିଆଯାଇଛି। ମନୋନୟନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କ୍ଷମତା ଦିଆଯାଇଛି।

Advertisment

ବୈଠକରେ ପିସିସି ପ୍ରଭାରୀ ବିକେ ହରିପ୍ରସାଦ, ସଭାପତି ପ୍ରସାଦ ହରିଚନ୍ଦନ, ପ୍ରଦେଶ ରିଟର୍ଣ୍ଣିଂ ଅଫିସର ସୌମେନ ମିତ୍ର, ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ ଓ ହେମାନନ୍ଦ ବିଶ୍ୱାଳ ଉପସ୍ଥିତ ଥିଲେ।