ଝାଡୁ ଧରି ପୋଜ୍‌ ଦେଇ ଫସିଗଲେ ହେମା, ଟ୍ଵିଟର୍‌ରେ ଟ୍ରୋଲ୍‌ ହେଲେ

ନୂଆଦିଲ୍ଳୀ: କିଛି ଦିନ ଅନ୍ତରରେ ଥରେ ଟ୍ରୋଲ୍‌ ହେଉଥିବା ଅଭିନେତ୍ରୀ ଟର୍ଣ୍ଣଡ ରାଜନେତ୍ରୀ ହେମା ମାଳିନୀ ଏଥର ତାଙ୍କର ସଫେଇ କାର୍ଯ୍ୟକୁ ନେଇ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ହେମା ଶନିବାର ସଂସଦ ପରିସର ବାହାରେ ଝାଡୁ ଧରି ନଜର ଆସିଥିବା ବେଳେ ଟ୍ଵିଟ୍‌ର ବ୍ୟବହାରକାରୀମାନେ ହେମାକୁ ଜମେଇ କରି ଟ୍ରୋଲ୍‌ କରିଛନ୍ତି।

 

ମଥୁରର ବିଜେପି ସାଂସଦ ହେମାକୁ ଶନିବାର ସକାଳୁ ଝାଡୁ ଧରି ସଂସଦ ବାହାରେ ସଫେଇ କରୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ସହ ମନ୍ତ୍ରୀ ଅନୁରାଗ ଠାକୁର ବି ଦେଖିବାକୁ ମିଳିଥିଲେ। ଟ୍ଵିଟର୍‌ରେ ଭାଇରାଲ୍‌ ହୋଇଥିବା ଫଟୋରେ ହେମା ଛାଡୁ ଧରି ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛନ୍ତି।

 

ତେବେ, ହେମାଙ୍କର ଏହି ଫଟୋ ଦେଖିବା ପରେ ଟ୍ରୋଲ୍‌ କରି ବ୍ୟବହାରକାରୀମାନେ କହିଛନ୍ତି କି ହେମା ଏମିତି ସଫେଇ କରୁଛନ୍ତି ଯେ ତାଙ୍କ ଝାଡୁ ତଳେ ବାଜୁ ନାହିଁ। ଆଉ କେହି କେହି କହୁଥିବାର ଦେଖିବାକୁ ମିଳିଛି ଯେ ହେମା ଏମିତି ସ୍ଥାନରେ ସଫେଇ କରୁଛନ୍ତି ଯେଉଁଟି ସାମାନ୍ୟ ଟିକେ ମଇଳା ନାହିଁ।

ସମ୍ବନ୍ଧିତ ଖବର