ପୀତାମ୍ବର ଆଚାର୍ଯ୍ୟ ହେଲେ ଭାଜପାର ମୁଖପାତ୍ର

ଭୁବନେଶ୍ୱର: ନିକଟରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଦଳର ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି। ଏନେଇ ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗୁରୁବାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଗତ ଅକ୍ଟୋବର ୧୫ରେ ହୋଇଥିବା ଭାଜପାର ମିଶ୍ରଣ ପର୍ବରେ ଶ୍ରୀ ଆଚାର୍ଯ୍ୟ ଯୋଗଦେଇଥିଲେ। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବିଶାଳ ସମାରୋହରେ ପୀତାମ୍ବର ଆଚାର୍ଯ୍ୟ ସ୍ୱର୍ଗତଃ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ଲୁଲୁଙ୍କ ପରିବାରଙ୍କ ସହିତ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ସେହି ଦିନ ଲଳିତେନ୍ଦୁ ମହାପାତ୍ର ଓ ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ବିପୁଳ ସମର୍ଥକଙ୍କ ସହିତ ଭାଜପାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର