ଭୁବନେଶ୍ୱର: ମୋଦିଙ୍କ ଟିପ୍ସକୁ ଓଡିଶାର ନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ଟିପ୍ସ ଶୁଣିବେ ନାହିଁ ଓଡିଆ ମିଡିୟମ ପିଲା। ଆଜି ମୋଦି ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେବେ। ଯାହାର ନାଁ ରଖାଯାଇଛି ପରୀକ୍ଷା ପେ ଚର୍ଚ୍ଚ। ଭିଡିଓ କନଫରେନ୍ସିଂ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଉପରେ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ। ଗତ ୭ ତାରିଖରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାଭଡେକର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ବୋଝ ନେବାକୁ ରାଜ୍ୟ ସରକାର ନାରାଜ। ଆଗକୁ ସ୍କୁଲ ଓ କଲେଜ ଗୁଡିକରେ ପରୀକ୍ଷା ଥିବାରୁ ରାଜ୍ୟ ସରକାର ଚିନ୍ତାରେ।
/sambad/media/post_attachments/wp-content/uploads/2018/02/modi-1515465680-300x187.jpg)
ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ପ୍ରସଂଗକୁ ନାପସନ୍ଦ କରିବା ସହ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇ ବିଭାଗୀୟ ମନ୍ତ୍ରୀ। କିଛିଦିନ ପୂର୍ବରୁ ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ସ୍କୁଲରେ ଭିଡିଓ କନଫରେନ୍ସିଂ ଜରିଆରେ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ। ଏ ନେଇ ବିଭାଗୀୟ ମନ୍ତ୍ରୀ, ପ୍ରଶାସନ ବି ଜୋରସୋରରେ ଲାଗିପଡିଥିଲେ। କିନ୍ତୁ ବର୍ତ୍ତମାନ ୩ ମାସ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ବୋଝ ବୋଲି କହି ନାପସନ୍ଦ କରିଛନ୍ତି। ଆଜି ଭିଡିଓ କନଫରେନସିଂ ଜରିଆରେ ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପରୀକ୍ଷା ସମୟରେ ଛାତ୍ରଛାତ୍ରୀ କିଭଳି ଚାପମୁକ୍ତ ରହିବେ ସେ ନେଇ ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/pm-modi-pti-650_650x400_61435434903.jpg)