କଂଗ୍ରେସରେ ଆରମ୍ଭ ହେଲା ଔରଙ୍ଗ୍‌ଜେବ୍‌ ରାଜ୍‌: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦଳର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ରାହୁଳ ଗାନ୍ଧୀଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କଂଗ୍ରେସ୍‌ରେ ‘ଔରଙ୍ଗ୍‌ଜେବ୍‌ ରାଜ୍‌’ ଆରମ୍ଭ ହେଲା।

ସେ କହିଛନ୍ତି: ‘ଔରଙ୍ଗ୍‌ଜେବ୍‌ ରାଜ୍‌’ ଉପଲକ୍ଷେ ମୁଁ କଂଗ୍ରେସକୁ ଶୁଭେଚ୍ଛା ଜଣାଉଛି। ଆମ ପାଇଁ ବଡ଼ କଥା ହେଲା ଜନତାଙ୍କ ସୁଖସୁବିଧା। ୧୨୫ କୋଟି ଭାରତୀୟ ଆମର ହାଇ କମାଣ୍ଡ୍‌।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି: କଂଗ୍ରେସ ଏକ ଦଳ ନୁହେଁ ଗୋଟିଏ ବଂଶବାଦ ବୋଲି କଂଗ୍ରେସ ଦଳର ନେତାମାନେ ନିଜେ ଏକମତ ହୋଇଛନ୍ତି।

ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର୍‌ଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି ଏ କଥା କହିଛନ୍ତି। ମଣି ଶଙ୍କର କହିଥିଲେ: ଜାହାଙ୍ଗୀରଙ୍କ ସ୍ଥାନରେ ଶାହାଜାହାନ ଆସିବାବେଳେ ଗୋଟିଏ ନିର୍ବାଚନ ହୋଇଥିଲା। ଶାହାଜାହାନଙ୍କ ସ୍ଥାନରେ ଔରଙ୍ଗଜେବ୍‌ ଆସିଲାବେଳେ କେତେଗୁଡ଼ିଏ ନିର୍ବାଚନ ହୋଇଥିଲା। ରାଜାଙ୍କ ପୁଅକୁ କ୍ଷମତା ଦିଆଯିବ ବୋଲି ନିର୍ବାଚନ ଆଗରୁ ଜଣାପଡ଼ିଥିଲା।

ଏହା ଗୋଟିଏ ପରିବାର ଦଳ ବୋଲି କଂଗ୍ରେସ ସ୍ୱୀକାର କରୁଛି। ଆମେ ଔରଙ୍ଗଜେବ୍‌ଙ୍କ ଶାସନ ଚାହୁଁ ନାହୁଁ ବୋଲି ମୋଦି କହିଛନ୍ତି।

ସମ୍ବନ୍ଧିତ ଖବର