କେନ୍ଦ୍ର ସରକାର ପ୍ରତି ଲୋକଙ୍କର ବିଶ୍ୱାସ ଅଛି: ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଆଜିର ସରକାର ପ୍ରତି ଲୋକଙ୍କର ବିଶ୍ୱାସ ରହିଛି। ଦିଲ୍ଲୀରେ ଏକ ମଜବୁତ ସରକାର ବସିଛି ବୋଲି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସାଧାରଣ ଜନତାଙ୍କୁ କହିଛନ୍ତିି। ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରି ମୋଦୀ ୟୁପିଏ ସରକାରକୁ କଡା ସମାଲୋଚନା କରିଛନ୍ତି। କ୍ଷମତା ପାଇଁ କଂଗ୍ରେସ ନିମ୍ନ ସ୍ତରକୁ ଯାଇପାରିବ। ରାଜ୍ୟ ତଥା ଦେଶକୁ ବିଭାଜନ କରିପାରିବ। ଭାଇ-ଭାଇ, ଜାତି-ଜାତି, ସଂପ୍ରଦାୟ ମଧ୍ୟରେ ଲଢ଼ାଇ କରିବା କଂଗ୍ରେସର କାମ ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି, ଏହି ଚୌକିଦାର ଦ୍ୱାରପାଳ ଭଳି ଛିଡ଼ା ହୋଇଛନ୍ତି। ନୂଆ ହିନ୍ଦୁସ୍ଥାନ କ’ଣ ଲୋକେ ବୁଝି ସାରିଛନ୍ତି।

ମୋଦୀ କହିଛନ୍ତି, ଭାରତୀୟ ଜନତା ପାର୍ଟିର କର୍ମୀ ମଙ୍ଗୁଳି ଜେନାଙ୍କୁ ରବିବାର ରାତି ଖୋର୍ଦ୍ଧା ନିକଟରେ ହତ୍ୟା କରାଯାଇଥିଲା। ମଙ୍ଗୁଳି ଜେନାଙ୍କ ପରିବାର ପ୍ରତି ମୁଁ ସମ୍ବେଦନା ଜଣାଉଛି। ଏଠାରେ ସରକାର ଗଠନ କରିବା ପରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ସରକାର ନିର୍ବାଚନରେ ହାରିଯିବ ବୋଲି ବିଜେପିକୁ ଡରୁଛି ବୋଲି ମୋଦୀ କହିଛନ୍ତି।

ଓଡ଼ିଶାର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇଛି। ଓଡ଼ିଶାରେ ବିଜେପି ଡବଲ ଇଂଜିନ ଗଡ଼ାଇବ ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ମୋଦୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ସଭାରେ ମୋଦୀ କହିଛନ୍ତି, ବିକାଶ ପାଇଁ ଭୁବନେଶ୍ୱର ଡବଲ ଇଂଜିନ ମାଗୁଛି। ମୋଦୀ ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ଭୁବନେଶ୍ୱରର ଉତ୍ତର, ମଧ୍ୟ, ଏକାମ୍ର କ୍ଷେତ୍ର ସହିତ ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଓ ଜୟଦେବ ଆସନର ନାମ ନେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ଭୁବନେଶ୍ୱର ବିଧାନସଭା ପ୍ରାର୍ଥୀ ଅପରାଜିତା ମହାନ୍ତି, ବରମୁଣ୍ଡା ସଭାରେ ଉପସ୍ଥିତ ଅଛନ୍ତି। ସେହପରି ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଲୋକସଭା ମଣ୍ଡଳୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଭୁବନେଶ୍ୱର ପହଂଚିବା ପରେ ରୋଡ ସୋ’ କରିଥିଲେ। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବାହାର ପାର୍ଶ୍ୱରୁ ଏହି ରୋଡ ସୋ’ ଆରମ୍ଭ ହୋଇ ପ୍ରାୟ ଘଣ୍ଟାଏ ପରେ ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଛକ, ଶିରିପୁର ଛକ, ସିଟି ମହିଳା ମହାବିଦ୍ୟାଳୟ ପାଖ ଦେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଂଚିଥିଲା। ସୋ’ ପାଇଁ ଏୟାରପୋର୍ଟ ଠାରୁ ବରମୁଣ୍ଡା ପର୍ଯ୍ୟନ୍ତ ରାସ୍ତା ଗେରୁଆ ରଂଗରେ ପରିଣତ ହୋଇଥିବା ବେଳେ ହଜାର ହଜାର ପ୍ରଶଂସକମାନେ ମୋଦୀ ମୋଦୀ ଶ୍ଲୋଗାନ ଦେଉଥିଲେ।

ସମ୍ବନ୍ଧିତ ଖବର