ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ର ଶେଷ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଏଥର ବିଜେପିକୁ ୩୦୦ରୁ ଅଧିକ ଆସନ ମିଳିବ | ମଧ୍ୟ ପ୍ରଦେଶରେ ନିଜ ଶେଷ ରାଲିରେ ମୋଦି କହିଛନ୍ତି ଯେ ମିରଟରୁ ସେ ନିଜ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ, ଆଉ ମଧ୍ୟପ୍ରଦେଶର ଖରଗୋନରେ ଶେଷ କରିଛନ୍ତି | ମୋଦି କହିଛନ୍ତି ଯେ ଫିର ଏକ ବାର ମୋଦି ସରକାର, ଅବକି ବାର ୩୦୦ ପାର, ଅର୍ଥାତ ୩୦୦ରୁ ଅଧିକ ଆସନ ପାଇ ପୁଣି ମୋଦି ସରକାର ଆସିବ |
ମୋଦି ଏଠାକାର ଭୋଟରଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ୧୯ ତାରିଖରେ ଯେବେ ଆପଣ ଭୋଟ ଦେବେ ସେତେବେଳେ ଆପଣ ଦ୍ଵିତୀୟ ଥର ପୂର୍ଣ୍ଣ ବହୁମତର ସରକାର ଗଠନ କରିବେ | ସେହିପରି ମୋଦି ଏହି ଜନସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି | ଭାରତୀୟମାନେ ଚାଁହୁଛନ୍ତି ଯେ ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ କଡା ଜବାବ ଦିଆଯାଉ | କଂଗ୍ରେସ ସୈନିକଙ୍କ ବିଶେଷ ଅଧିକାର ଛଡ଼ାଇବା ଓ ଦେଶଦ୍ରୋହ ଆଇନକୁ ଶେଷ କରିବା ପ୍ରୟାସରେ ରହିଛି | ତେଣୁ ଦେଶର ଲୋକ ସେମାନଙ୍କୁ ପ୍ରତ୍ୟାଖାନ କରିଛନ୍ତି |
ସେହିପରି ମୋଦି ଆଦିବାସୀ ଜନଜାତିଙ୍କୁ କହିଥିଲେ ଯେ ଯେ ପର୍ଯ୍ୟନ୍ତ ମୋଦି ଓ ବିଜେପି ଅଛି ସେ ପର୍ଯ୍ୟନ୍ତ ଜଙ୍ଗଲରେ ରହୁଥିବା ଆଦିବାସୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ ଅଧିକାର ସବୁବେଳେ ମିଳିବ | ମୋଦି କହିଛନ୍ତି ସେ ଥିବା ପର୍ଯ୍ୟନ୍ତ ଆଦିବାସୀଙ୍କ ଜମିରେ କେହି ହାତ ଦେଇପାରିବେ ନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/narendra-modi-784x441.jpg)