କଟକରେ ୪ ବର୍ଷର ହିସାବ ଦେବେ ମୋଦି

ଭୁବନେଶ୍ୱର : କେନ୍ଦ୍ର ସରକାରର ୪ ବର୍ଷ ପୂରଣ ଅବସରରେ ଆସନ୍ତା ୨୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରାପଡିଆରେ ବିଶାଳ ଜନସମାବେଶ କରି ଓଡିଶାବାସୀଙ୍କୁ ସମ୍ବୋଧନ କରିବେ।ଏଥିସହ ପ୍ରଥମ ପାଳିର ୪ ବର୍ଷ ପୂର୍ତି ଅବସରରେ ଦେଶର ହୋଇଥିବା ବିକାଶର ଚିଠା ଓ ହିସାବ ପ୍ରଧାନମନ୍ତ୍ରୀ ଭାରତବାସୀଙ୍କ ସମ୍ମୁଖରେ ଉପସ୍ଥାପନା କରିବେ।

ଆଜି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏହି ସୂଚନା ଦେଇଛନ୍ତି । ବିଜେପି କହିଛି, ପୂର୍ବ ଭାରତର ରାଜ୍ୟମାନଙ୍କର ବିକାଶକୁ ପ୍ରଧାନମନ୍ତ୍ରୀ ସର୍ବଦା ପ୍ରାଧାନ୍ୟ ଦେଇଥାନ୍ତି। ଏଣୁ ଅନ୍ୟ ରାଜ୍ୟ ତୁଳନାରେ ପ୍ରଧାନମନ୍ତ୍ରୀ ଓଡିଶାକୁ ସର୍ବଦା ପ୍ରାଧାନ୍ୟ ଦେଇଥାନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ମୋଦି ପୂର୍ବରୁ ରାଉରକେଲା, ବରଗଡ, ପାରାଦୀପ ଏବଂ ବାଲେଶ୍ୱର ଗସ୍ତ କରିସାରିଛନ୍ତି ।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ମିସନ ୧୨୦+ ଟାଗେର୍ଟ ନିଶ୍ଚିତ ରୂପେ ପୂରଣ ହେବ ବୋଲି ଶ୍ରୀ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର