ଇସ୍ତଫା, ବହିଷ୍କାର ଦଳ ଡିଆଁ

ନିର୍ବାଚନ ବର୍ଷରେ ଶାସକ ବିେଜଡି ଦଳର ଦୁଇ ହେଭିୱେଟ୍‌ ନେତାଙ୍କୁ ବିଦା କରି ଦୁଃସାହସ ପ୍ରଦର୍ଶନ କରିଛି। ଦଳର ଅନ୍ତଃକନ୍ଦଳ ଉପରେ ଲଗାମ ଦେବାପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ମାଧ୍ୟମରେ ବାର୍ତା େଦବାକୁ ଚାହିଁଛନ୍ତି େଯ ଦଳ ଓ ସରକାର ବିରୋଧରେ ପଦୁଟିଏ କହିଲେ, ତାହା ଆଦୌ ବରଦାସ୍ତ କରାଯିବନାହିଁ। ଜାନୁଆରିରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବନ କରାଗଲା। ତାହା ପରେ ପରେ ମେ’ ମାସରେ ସେ ବିଜେଡି ଓ େକନ୍ଦ୍ରାପଡା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ସେହିପରି ବ୍ରାହ୍ମଣଙ୍କ ବିରୋଧରେ ମନ୍ତବ୍ୟ ଦେଇ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଥିବାରୁ ପ୍ରଥମେ ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଗଲା। ପରେ ସେ ଦଳ ବିରୋଧରେ ବିଭିନ୍ନ ସମୟରେ କଟୁ ମନ୍ତବ୍ୟ ଦେବା ଜାରି ରଖିବାରୁ ତାଙ୍କୁ ବିେଜଡି ବହିଷ୍କାର କରିଛି।

େସହିଭଳି ବିେଜପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳରୁ ଇସ୍ତଫା ଦେଇଛନ୍ତି। ଏପରିକି ଦିଲ୍ଲୀପ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଉଭୟ ନେତା ବିଜେପି ଉପରେ ଭୀଷଣ ଅସନ୍ତୋଷ ଓଗାଳିଛନ୍ତି। ତେବେ ପୂର୍ବତନ ପ୍ରଶାସିକା‌ ଅପରାଜିତା ଷଡ଼ଙ୍ଗୀ ଚାକିରି ଛାଡ଼ି ବିଜେପିରେ ଯୋଗ ଦେବା ଘଟଣା ଆଉ ଏକ ଚର୍ଚ୍ଚିତ ପ୍ରସଙ୍ଗ େହାଇଥିଲା ଓ ଗେରୁଆ ଦଳକୁ ସାମାନ୍ୟ ଆଶ୍ବସ୍ତି େଦଇଥିଲା। କେବଳ ଏତିକି ନୁହେଁ, ନିର୍ବାଚନ ବର୍ଷରେ ଦଳ ଡିଆଁ େଯମିତି ଏକ େରାଗ ଭଳି ପୁଣି ଉଭା େହାଇଛି। ଆଦର୍ଶକୁ ଫିଙ୍ଗି େନତାମାେନ ନିଜ ନିଜ ସୁବିଧା ଅନୁସାରେ ଦଳ େଡଇଁବାରେ ଲାଗିଛନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଚରଣ ପଣ୍ଡା ବିଜେପିକୁ ଯାଇଛନ୍ତି, ବିେଜପିରେ କିଛି ଦିନ ତଳେ େଯାଗ େଦଇଥିବା ନେତା ପୁଣି ମୁହଁ େଫରାଇ େନଇଛନ୍ତି। ବର୍ଷ େଶଷ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଜାରି ରହିଛି ଓ ଏହି ତାଲିକାରେ ଆହୁରି ଅେନକ ନାଁ ଚର୍ଚ୍ଚାରେ ରହିଛି।

ବିବାଦରେ ମନ୍ତ୍ରୀ

ଲଗାମହୀନ ତୁଣ୍ଡ ପାଇଁ ତତ୍‌କାଳୀନ ମନ୍ତ୍ରୀ ଦାମୋଦର ରାଉତ ବାରମ୍ବାର ନିଜେ ଅଡୁଆରେ ପଡିଛନ୍ତି, ସରକାରଙ୍କୁ ବି ଟାଣିଛନ୍ତି। ଦାମଙ୍କ ଅବର୍ତମାନରେ ବି ଏହି ଧାରାରୁ ବିେଜଡି ସରକାର ବାହାରିପାରିନାହାନ୍ତି। କିଏ ତୁଣ୍ଡ ପାଇଁ ବିବାଦକୁ ଆସିଛନ୍ତି ତ ଆଉ କିଏ ପୁଅ ପାଇଁ। ବର୍ଷତମାମ ନବୀନ ଏଭଳି କିଛି ମନ୍ତ୍ରୀଙ୍କୁ େନଇ ବେଶ୍ ସମାଲୋଚିତ େହାଇଛନ୍ତି। ୩୦ ମହିଳାଙ୍କ ୬୦ ସ୍ବାମୀ ଭଳି ବିବାଦୀୟ ଟିପ୍ପଣୀ ଦେଇ ମନ୍ତ୍ରୀ ପ୍ରଦୀପ ମହାରଥୀ ବିେରାଧୀଙ୍କୁ ସମାଲୋଚନା ପାଇଁ ବାଟ େଖାଲିଥିଲେ। ରାଜ୍ୟ ତମାମ ଆନ୍ଦୋଳନ କରିଥିଲା ବିଜେପି। ବିଜେପୁର ନିର୍ବାଚନ ଓ ତା ପରେ ବି ମାଡ଼ ମରା ଘଟଣାରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ପୁଅକୁ ସିବିଆଇ ଡାକିବା ପ୍ରସଙ୍ଗରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ େନଇ େଢର୍ ଆେଲାଚନା େହାଇଥିଲା। ପୁଅର ଅସାମାଜିକ କାର୍ଯ୍ୟକଳାପ ପାଇଁ ଗଣମାଧ୍ୟମ ଶିରୋନାମାକୁ ଆସିଥିଲେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। କେବଳ ରାଜ୍ୟ ସରକାରରେ ନୁହେଁ, େକନ୍ଦ୍ର ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଶାର ସାଂସଦ ତଥା ମନ୍ତ୍ରୀ ଜୁଏଲ୍‌ ଓରାମ ମଧ୍ୟ ହାଇଦ୍ରାବାଦର ଏକ ସଭାରେ ବିଜୟ ମାଲ୍ୟାଙ୍କୁ ସ୍ମାର୍ଟ ଶିଳ୍ପପତି କହି ବିବାଦରେ ଫସିଥିଲେ।

ନୂଆ 

ରାଜ୍ୟପାଳ ଗଣେଶୀ ଲାଲ
ରାଜ୍ୟସଭାକୁ ଗଲେ ପ୍ରଶାନ୍ତ, ସୌମ୍ୟରଞ୍ଜନ, ଅଚ୍ୟୁତ
ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କଲେ ଧର୍ମେନ୍ଦ୍ର
ରଘୁନାଥ, ସୋନାଲ ରାଜ୍ୟସଭାକୁ ମନୋନୀତ ହେଲେ ଉନ୍ନୟନ କମିସନର୍ ହେଲେ ଅସିତ ତ୍ରିପାଠୀ
ଜ୍ଞାନପୀଠ ଜୁରୀ କମିଟି ଅଧ୍ୟକ୍ଷା ହେଲେ ପ୍ରତିଭା ରାୟ
ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇ ଗଭର୍ଣ୍ଣର ପଦବି
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ପ୍ରଦୀପ୍ତ ମହାପାତ୍ର
ଜଷ୍ଟିସ୍ ରଘୁବୀର ଦାସ ହେଲେ ମାନବାଧିକାର କମିସନ୍ ସଦସ୍ୟ
ଆର ବାଲକ୍ରିଷ୍ଣନ୍ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ନିଯୁକ୍ତ

ସମ୍ବନ୍ଧିତ ଖବର