ନୀତିଶ କୁମାରଙ୍କ ଜେଡି(ୟୁ)ରେ ଯୋଗଦେଲେ ରାଜନୈତିକ ରଣନୀତି ପ୍ରସ୍ତୁତିକାରୀ ପ୍ରଶାନ୍ତ କିଶୋର

ପାଟନା: ରାଜନୈତିକ ରଣନୀତି ପ୍ରସ୍ତୁତିକାରୀ ପ୍ରଶାନ୍ତ କିଶୋର ଜନତା ଦଳ (ୟୁନାଇଟେଡ୍‌)ରେ ରାଜନୈତିକ ଯାତ୍ରା ଆରମ୍ଭ କରିବେ ବୋଲି ରବିବାର ଦିନ ଘୋଷରା କରିଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ପ୍ରଧାମନ୍ତ୍ରୀ ମୋଦି ଏବଂ ବିହାର ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କ ବିଜୟରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଜଣେ ତାଲିମ ପ୍ରାପ୍ତ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ପ୍ରଶାନ୍ତ କିଶୋର ଭାରତୀୟ ରାଜନୀତିକୁ ଆସିବା ପୂର୍ବରୁ ଜାତିସଂଘ ସହ ସଂଶ୍ଳିଷ୍ଟ ଥିଲେ।

୨୦୧୨ରେ ଗୁଜରାଟ ରାଜ୍ୟର ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବା ନିମନ୍ତେ ନରେନ୍ଦ୍ର ମୋଦିଙ୍କୁ ସହାୟତା କରିଥିଲେ।
ଦୁଇ ବର୍ଷ ପରେ ସେ ସିଏଜି ବା ସିଟିଜେନ୍‌ ଆକାଉଣ୍ଟାବଲ୍‌ ଗଭର୍ଣ୍ଣାନ୍‌ସ୍‌ର ପରିକଳ୍ପନା କରିଥିଲେ।

ଦେଶରେ ଚାଲିଥିବା ଚିରାଚରିତ ନିର୍ବାଚନ ନିମନ୍ତେ ରାଜନୈତିକ ଅଭିଯାନରେ ପ୍ରଶାନ୍ତ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିଥିଲେ ବୋଲି କୁହାଯାଏ।

ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ନୀତିଶ କୁମାରଙ୍କୁ ସହଯୋଗ କରିବାକୁ ସେ ପାଟନା ଠାରେ ଜେଡିୟୁରେ ଯୋଗ ଦେଇଛନ୍ତି।

ପାଟନାରେ ଆୟୋଜିତ ଜେଡି (ୟୁ) ରାଜ୍ୟ କାର୍ଯ୍ୟନିର୍ବାହୀ ବୈଠକ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୪୧ ବର୍ଷିୟ କିଶୋରଙ୍କ ସଂକ୍ରାନ୍ତରେ ଗଣମାଧ୍ୟମକୁ କହିଛନ୍ତି: ସେ ହେଉଛନ୍ତି ମୁଁ କହୁଥିବା ଭବିଷ୍ୟତ।

 

ସମ୍ବନ୍ଧିତ ଖବର