ମୁଖ୍ୟ ଆକର୍ଷଣ ବିରାଟ କୋହଲି ଲେଖି ରାଜନେତା ଲୋକଙ୍କ ସମ୍ମୁଖରେ କାହାକୁ ଠିଆ କଲେ ଦେଖନ୍ତୁ, ଜାଣନ୍ତୁ ପୂରା କାହାଣୀ

ପୁଣେ: ପୂର୍ବରୁ ଅନେକ ରାଜନେତା ଗୁଡ଼ାଏ ଆଶ୍ଚର୍ଯ୍ୟଜନକ ପଦାକ୍ଷେପ ନେଇଥିବା ଘଟଣା ଆମେ ଦେଖିଆସିଛେ। ବିଶେଷ କରି ନିର୍ବାଚନ ରାଲି ସମୟରେ ରାଜନେତାମାନଙ୍କର ତ ଠାଣୀ ହିଁ ବଦଳିଯାଇଥାଏ। ଅନେକ ସମୟରେ ରାଜନେତାମାନେ ଲୋକ ସମର୍ଥନ ପାଇଁ ଚିହ୍ନା ମୁହଁ ଅର୍ଥାତ ସେଲିବ୍ରିଟିମାନଙ୍କ ସାହାରା ନେଇଥାନ୍ତି। ମାତ୍ର ପୁଣେର ବାବୁରାଓ ନଗରରେ ହେଉଥିବା ଗ୍ରାମ ପଞ୍ଚାୟତ ନିର୍ବାଚନକୁ ନେଇ ଯେଉଁ ଭଳି ଏକ ଘଟଣା ଘଟିଛି ତାହା କାହାକୁ ବି ହସାଇପାରେ।

ଘଟଣାଟି ଏଭଳି, ସାଧାରଣ ଜନତାଙ୍କୁ ନିଜ ଦଳ ଆଡ଼େ ଆକୃଷ୍ଟ କରିବା ପାଇଁ ସଂପୃକ୍ତ ଅଞ୍ଚଳର ଜଣେ ସରପଞ୍ଚ ପ୍ରାର୍ଥୀ ଭିଟାଲ୍‌ ଗନପଥ ଲୋକମାନଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲେ। ସେ ଲୋକମାନଙ୍କୁ କହିଥିଲେ କି ତାଙ୍କ ଦଳୀୟ ପ୍ରଚାର ପାଇଁ ସେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଅତିଥି ଭାବେ ଆଣିବେ। ମାତ୍ର ସେ ଯେଉଁଭଳି ଭାବେ ନିଜ ପ୍ରତିଶ୍ରୁତି ପୂରା କରିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ।

ଆପଣ ଫଟୋ ଦେଖି ଅନୁମାନ କରି ସାରିବେଣି ନିଶ୍ଚୟ। ନିଜ ପୋଷ୍ଟର୍‌ରେ ମୁଖ୍ୟ ଆକର୍ଷଣ ବିରାଟ କୋହଲି ବୋଲି ଲେଖିଥିବା ରାଜନେତା ବିରାଟ କୋହଲିଙ୍କୁ ତ ଆଣିପାରିଲେ ନାହିଁ ମାତ୍ର ତାଙ୍କ ପରି ଦିଶୁଥିବା ତାଙ୍କର ଜଣେ ହମ୍‌ସକଲ୍‌ଙ୍କୁ ଆଣି ଟୁଇଟର୍‌ରେ ଚର୍ଚ୍ଚା ପାଲଟିଛନ୍ତି। ଏହି ନକଲି କୋହଲିଙ୍କୁ ଦେଖି ଅନେକ ଟୁଇଟର୍‌ ବ୍ୟବହାରକାରୀ ପ୍ରତିକ୍ରିୟା ରଖିଛନ୍ତିି।

ସମ୍ବନ୍ଧିତ ଖବର