ନୂଆଦିଲ୍ଲୀ: ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଅଝାରକୁ ନେଇ ଜୋର ଧରୁଛି ରାଜନୀତି । ୧୯୯୯ରେ ବିଜେପି ସରକାରଙ୍କ ଯୋଗୁଁ କାନ୍ଦାହାର ବିମାନ ଅପହରଣ ଘଟଣାରେ ମାସୁଦକୁ ମୁକ୍ତ କରାଯାଇଥିଲା ବୋଲି ଅଭିଯୋଗ କରିଛି କଂଗ୍ରେସ । ଯାହା ଫଳରେ ପୁଲୱାମା ପରି ଆକ୍ରମଣ କରିବାରେ ଆତଙ୍କବାଦୀ ସଫଳ ହୋଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ଅପରପକ୍ଷରେ କାନ୍ଦାହାର ଘଟଣାରେ ମାସୁଦକୁ ମୁକ୍ତ କରିବାର ନିଷ୍ପତ୍ତି ସର୍ବଦଳୀୟ ବୈଠକରେ ନିଆଯାଇଥିଲା ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାୟ ଏକ ଦଶକ ପୂର୍ବରୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଅଝାରକୁ ମୁକ୍ତ କରିବା ନେଇ ବିଜେପିକୁ ଦାୟୀ କରିଛି କଂଗ୍ରେସ । ୧୯୯୯ କାନ୍ଦାହାର ବିମାନ ଅପହରଣ ଯୋଗୁଁ ମାସୁଦକୁ ମୁକ୍ତ କରାଯାଇଥିଲା । କଂଗ୍ରେସ ସରକାର ମାସୁଦକୁ ଗିରଫ କରିଥିବା ବେଳେ ବିଜେପି ସରକାର ତାକୁ ମୁକ୍ତ କରିଥିଲେ ଏବଂ ସେହି ଘଟଣା ପାଇଁ ଏବେ ପାକିସ୍ତାନର ଆତଙ୍କବାଦୀ ଅଝାର ପୁଲୱାମାରେ ଆକ୍ରମଣ କରିଛି, ଯେଉଁଥିରେ ୪୦ ଯବାନ ସହିଦ ହୋଇଛନ୍ତି ବୋଲି ରାହୁଲ କହିଛନ୍ତି । ଏଥିପାଇଁ ଏନଏସଏ ଅଜିତ ଡୋଭାଲ ମଧ୍ୟସ୍ଥତା କରିବା ସହ ନିଜେ ଯାଇ କାନ୍ଦାହାରରେ ମାସୁଦକୁ ମୁକ୍ତ କରି ଆସିଥିଲେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ଏନେଇ ଅଜିତ ଡୋଭାଲଙ୍କ ଏକ ଫଟୋକୁ ରାହୁଲ ଗାନ୍ଧୀ ଟ୍ୱିଟ୍ ମଧ୍ୟ କରିଛନ୍ତି ।