କଂଗ୍ରେସ ଭବନରେ ପୋଷ୍ଟର ଫିଙ୍ଗା

ଭୁବନେଶ୍ୱର : ଗତକାଲି ରାତି ପ୍ରାୟ ୧୧ଟା ସମୟରେ କଂଗ୍ରେସ ଭବନ ପରିସରରେ ନବବର୍ଷର ପୋଷ୍ଟର(ଫ୍ଲେକ୍ସ) ଫିଙ୍ଗା ଘଟଣା ଚର୍ଚାର ବିଷୟ ହୋଇଛି। ସୂଚନାନୁସାରେ ଭବନ ପରିସରରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଗତ ରାତିରେ ଭୋଜି ହୋଇଥିଲା। ସେତେବେଳେ କେହି ଖୋର୍ଧା ଜିଲ୍ଲା ସଭାପତି ମନୋରଞ୍ଜନ ଦାସଙ୍କ ସହିତ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କର ଫଟୋ ଥିବା ନବବର୍ଷର ଅଭିନନ୍ଦନ ପୋଷ୍ଟର କାର୍ଯ୍ୟାଳୟ ନିକଟରେ ଲଗାଇଥିଲେ। ଏ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ାର ସୂତ୍ରପାତ ହୋଇଥିଲା। ପୋଷ୍ଟରକୁ ଚିରାଚିରି କରି କଂଗ୍ରେସ ଭବନ ଫାଟକ ବାହାରକୁ ଫିଙ୍ଗାଯାଇଥିବା ସକାଳେ କିଛି କର୍ମୀ ଦେଖିବାକୁ ପାଇଥିଲେ। ତେବେ ଏଭଳି ଘଟଣାକୁ ଜିଲ୍ଲା ସଭାପତି ଶ୍ରୀ ଦାସ ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର