ଭୁବନେଶ୍ବର: ବୁଧବାର ଭୁବନେଶ୍ବରରେ ବିଜେଡ଼ି କାର୍ଯ୍ୟାଳୟ ଶଙ୍ଖ ଭବନରେ ସାଲେପୁରର ପୂର୍ବାତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଦୁଇ ଦିନ ତଳେ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ୨୦୧୪ରେ ସେ କଂଗ୍ରେସ ପ୍ରାର୍ଥୀ ଥିଲେ।
ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଦଳରୁ ଇସ୍ତଫା ଦେବା ପରେ କେଉଁ ଦଳରେ ମିଶିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ସେ ବିଜେଡିର ଯୋଗ ଦେଇଛନ୍ତି।
ପ୍ରକାଶ ବିଜେଡିରେ ମିଶିବା ପରେ ସାଲେପୁର ଆସନ ପାଇଁ ବିଜେଡି ଟିକଟ କାହାକୁ ମିଳିବ ସେ ନେଇ ଚର୍ଚ୍ଚା ହେଉଛି। ସାଲେପୁର ଆସନ ପାଇଁ ପ୍ରକାଶ ଟିକେଟ ପାଇବେ ନା ଦଳ ପୂର୍ବରୁ ଏହି ଆସନର ପ୍ରାର୍ଥୀ ଥିବା ପ୍ରଶାନ୍ତ ବେହେରାଙ୍କୁ ଟିକେଟ ଦେବ ସେ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/Prakash-Behera-Joins-BJD_Thumbnail.jpg)