ପ୍ରଣବ ମୁଖାର୍ଜୀ-ପୁଅ ଅଭିଜିତଙ୍କ ଭିତରେ ଫାଟ, ଆର୍‌ ଏସ୍‌ ଏସ୍‌ର ନାଗପୁର ମୁଖ୍ୟାଳୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦବୋଧନ ଦେବାପରେ ପୁଅ ଅଭିଜିତ ବି ନାରାଜ,ନେଇପାରନ୍ତି ଏହି କଡ଼ା ପଦକ୍ଷେପ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ ଏସ୍‌ ଏସ୍‌)ର ନାଗପୁର ମୁଖ୍ୟାଳୟକୁ ଯାଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱୟଂସେବକମାନଙ୍କୁ ସମ୍ବୋଧନ କରିବା ପ୍ରସଙ୍ଗ କେବଳ କଂଗ୍ରେସ ଦଳରେ ଅସନ୍ତୋଷ ଦେଖା ଦେଇଛି, ତା’ନୁହେଁ ତାଙ୍କ ନିଜ ପରିବାର ଭିତରେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଦିଲ୍ଲୀ କନ୍‌ଫିଡେନ୍‌ସିଆଲ୍‌ ସ୍ତମ୍ଭରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରଣବ ମୁଖାର୍ଜୀଙ୍କ ପୁତ୍ର ଅଭିଜିତ୍‌ ମୁଖାର୍ଜୀ ତୃଣମୂଳ କଂଗ୍ରେସରେ ଯୋଗ ଦେବେ। ପିତା ପ୍ରଣବଙ୍କ ଲୋକସଭା ଆସନ ଜଙ୍ଗିପୁରରୁ ସେ ସାଂସଦ ହୋଇଥିଲେ। ସେହି ସମୟରେ ତୃଣମୂଳ କଂଗ୍ରେସ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେତେବେଳେ ଅଭିଜିତ କହିଥିଲେ ଯେ ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଏହା ତାଙ୍କ ପିତାଙ୍କ ପାଇଁ ଅପମାନଜନକ ହେବ।

ମିଳିଥିବା ସୂଚନା ଅନୁଯାୟୀ ଏବେ ଅଭିଜିତ ତୃଣମୂଳ କଂଗ୍ରେସର ପ୍ରସ୍ତାବକୁ ସ୍ୱୀକାର କରିପାରନ୍ତି। ଏଣେ ପ୍ରଣବ ମୁଖାର୍ଜୀଙ୍କ କନ୍ୟା ଶର୍ମିଷ୍ଠା ମଧ୍ୟ ଆଗରୁ ପିତାଙ୍କୁ ଆରଏସଏସର ନାଗପୁର ମୁଖ୍ୟାଳୟକୁ ନ ଯିବା ଲାଗି ପରାମର୍ଶ ଦେଇଥିଲେ। ହେଲେ ତାକୁ  ପ୍ରଣବ ଗ୍ରହଣ କରି ନ ଥିଲେ।

photo-oneindia

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗତ ୭ ତାରିଖ ଦିନ ଆରଏସଏସ୍‌ର ନାଗପୁର ମୁଖ୍ୟାଳୟକୁ ଯାଇଥିଲେ। ସେଠାରେ ଚାଲିଥିବା ଆରଏସଏସର ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗରେ ଉଦ୍‌ବୋଧନ ଦେଇଥିଲେ। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର