ବିଜୁ ଜୟନ୍ତୀ ସଭାରେ ଅଶୋକ ଦାସଙ୍କୁ ମନେ ପକାଇଲେ ପାଟ୍ଟଶାଣୀ; ତାଙ୍କ କଥା କହୁଥିବାରୁ ପ୍ରଣବଙ୍କୁ ବିରକ୍ତ ନ ହେବା ପାଇଁ କଲେ ଅନୁରୋଧ

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ପାଳନ ବେଳେ ଅଭିଭାଷଣ ରଖିଥିଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । ଏତିକିବେଳେ ବିଜୁ ବାବୁଙ୍କ ସହ ତାଙ୍କର ଓ ପୂର୍ବତନ ନେତା ଅଶୋକ ଦାସଙ୍କ ସଂପୃକ୍ତିକୁ ମନେ ପକାଇଥିଲେ ପ୍ରସନ୍ନ ପାଟ୍ଟଶାଣୀ । କହିଥିଲେ ବିଜୁ ବାବୁ ଅଶୋକ ଦାସଙ୍କୁ ମନ୍ତ୍ରୀ କରିବାକୁ ଚାହୁଁଥିଲେ । ହେଲେ ସେ ରାଜି ନ ଥିବାରୁ ଏଥିପାଇଁ ତାଙ୍କୁ ମନାଇବାକୁ ସେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପଠାଇଥିଲେ । କିନ୍ତୁ ମନ୍ତ୍ରୀପଦ ପାଇଁ ମନା କରିଦେଇଥିଲେ ଅଶୋକ ଦାସ । ତାଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ଓରଫ ବବି ମଧ୍ୟ ଠିକ ବାପାଙ୍କ ଭଳି କୌଣସି ମନ୍ତ୍ରୀ ପଦପଦବୀରେ ନରହି ଦଳ ପାଇଁ କାମ କରୁଥିବା କଥା କହିଥିଲେ ପ୍ରସନ୍ନ । ଏଥିସହ ପ୍ରଣବ ପ୍ରକାଶ ଭବିଷ୍ୟତରେ ଯୁବମାନସର ଅଦ୍ବିତୀୟ ନେତା ହେବେ ବୋଲି କହିଥିଲେ।

ତେବେ ସଭାମଂଚରେ ବାପାଙ୍କ କଥା କହି ତାଙ୍କ ପ୍ରଶଂସା କରୁଥିବାରୁ ବୋଧହୁଏ ଅଶ୍ୱସ୍ତି ଅନୁଭବ କରିଥିଲେ ପ୍ରଣବ । ଆଉ ତାଙ୍କୁ ଏଭଳି ନକହିବାକୁ ସଭା ତଳୁ ଇଙ୍ଗିତ କରିଥିଲେ ।  ନିଜ ଭାଷଣରେ ବବି ଚିଡୁଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ ପ୍ରସନ୍ନ ପାଟ୍ଟଶାଣୀ।

ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ନିଜ ଅଭିଭାଷଣ ଶେଷ କରି ମଂଚରୁ ତଳକୁ ଓହ୍ଲାଇବା ପରେ ତାଙ୍କ ନିକଟକୁ ଯାଇଥିଲେ ପ୍ରଣବ ପ୍ରକାଶ ଦାସ । ନିଜ ବସିଥିବା ସ୍ଥାନରୁ ଉଠିଯାଇ ପ୍ରସନ୍ନଙ୍କ ନିକଟକୁ ଯାଇ ତାଙ୍କ କାନରେ କିଛି କଥା  କହିଥିଲେ । ବୋଧହୁଏ ଭାଷଣରେ କାହିଁକି ତାଙ୍କର ଏଭଳି ପ୍ରଶଂସା କଲେ ବୋଲି କହୁଥାଇ ପାରନ୍ତି । ତେବେ ଏହାପରେ ବବିଙ୍କୁ କୁଣ୍ଢାଇ ପକାଇଥିଲେ ପ୍ରସନ୍ନ ପାଟ୍ଟଶାଣୀ।

ସମ୍ବନ୍ଧିତ ଖବର