ସୋନିଆ ଗାନ୍ଧୀଙ୍କ ଘରେ ବରିଷ୍ଠ କଂଗ୍ରେସ ନେତାଙ୍କ ସହିତ ପ୍ରଶାନ୍ତ କିଶୋରଙ୍କ ବୈଠକ

ନୂଆଦିଲ୍ଲୀ: ପୁଣି କଂଗ୍ରେସରେ ଯୋଗ ଦେବେ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ନିର୍ବାଚନ ରଣନୀତିଜ୍ଞ ସମ୍ପ୍ରତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ବୈଠକ ଚଳାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଏହି ବୈଠକରେ ଅମ୍ବିକା‌ ସୋନି, ଦିଗ୍‌ବିଜୟ ସିଂହ, ମଲ୍ଲିକାର୍ଜୁନ ଖଡ଼ଗେ, ଅଜୟ ମାକେନ୍‌, କେ.ସି. ବେଣୁଗୋପାଳଙ୍କ ଭଳି ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଯୋଗଦେଇଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ସମତେ ଆଗକୁ ଆସୁଥିବା ବଡ଼ ବଡ଼ ନିର୍ବାଚନ ନିମନ୍ତେ କଂଗ୍ରେସ ପାର୍ଟିର ପୁନଃଉତ୍ଥାନ ନିମନ୍ତେ ଭୂମିକା ଗ୍ରହଣ କରିବା ପାଇଁ ସେ ସୋନିଆ ଓ ରାହୁଲ୍‌ ଗାନ୍ଧୀଙ୍କ ସହ ଏବେ ପ୍ରଶାନ୍ତ କିଶୋର ବୁଝାମଣା କରୁଛନ୍ତି। ଏକତ୍ର କାମ କରିବା ପାଇଁ ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ହୋଇଥିବା କେତେକ ପର୍ଯ୍ୟାୟ କଥାବାର୍ତ୍ତା ବିଫଳ ହୋଇଥିଲା।

Image Courtesy of ABP Live

କିନ୍ତୁ, କଂଗ୍ରେସ କହିବା ଅନୁସାରେ, ଆଗାମୀ ଗୁଜରାଟ ନିର୍ବାଚନ ପାଇଁ ଆଲୋଚନା ଚାଲିଛି। ଏହାଛଡ଼ା, ସେମାନେ ୨୦୨୪ ଜାତୀୟ ନିର୍ବାଚନ ପାଇଁ ନକ୍ସା ପ୍ରସ୍ତୁତି କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ ମାସରେ ପ୍ରଶାନ୍ତ କିଶୋର ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଥିଲେ। କିନ୍ତୁ, ଏ ସଂକ୍ରାନ୍ତରେ କୌଣସି ଔପଚାରିକ ଘୋଷଣା କରାଯାଇ ନ ଥିଲା। ୨୦୨୦ରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା କଥା, କିନ୍ତୁ କେତେକ ପ୍ରସଙ୍ଗରେ ମତାନ୍ତର ହେବାରୁ ଯୋଜନା ଚରିତାର୍ଥ ହୋଇ ପାରି ନ ଥିଲା।

 

ସମ୍ବନ୍ଧିତ ଖବର