ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ ଇସ୍ତାହାରରେ ଏକଥା ଜଣାଇଛନ୍ତି। ଉପନିର୍ବାଚନରେ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯିବା ପରେ ଶ୍ରୀ ମିଶ୍ର ଅସୁଖୀ ଥିବା ଅଭିଯୋଗ ହୋଇଥିଲା ଓ ପରେ ନବୀନ ତାଙ୍କୁ ଡାକି ଆଲୋଚନା କରିଥିଲେ। ବରଗଡ ଉପନିର୍ବାଚନରେ ସେ ସକ୍ରିୟ ଭାବେ ଭାଗ ନେଇଥିଲେ। ନିର୍ବାଚନ ବାଜିମାତ୍‌ ପରେ ଶ୍ରୀ ମିଶ୍ରଙ୍କୁ ଏହି ନିଯୁକ୍ତି ଦିଆଯାଇଛି।