ସାଧାରଣ ନିର୍ବାଚନ ପାଇଁ ଇସିଙ୍କ ତତ୍ପରତା : ଇଭିଏମ୍‌ ଓ ଭିଭିପାଟ୍‌ ନେଇ ପ୍ରସ୍ତୁତି ଜାରି

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ଦେଶବ୍ୟାପୀ ସମସ୍ତ ରାଜ୍ୟରେ ଆବଶ୍ୟକ ସ˚ଖ୍ୟକ ଇଭିଏମ୍‌ ଏବ˚ ଭିଭିପାଟ୍‌ ଠିକ୍‌ ସମୟରେ ପହଞ୍ଚି ପାରିବ ‌େସ ଦିଗରେ ଭାରତର ନିର୍ବାଚନ କମିସନ (ଇସି) ତତ୍ପର ହୋଇ ଉଠିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୧୦.୬ ପୋଲି˚ ଷ୍ଟେସନରେ ଆବଶ୍ୟକତା ଅନୁଯାୟୀ ଶତ ପ୍ରତିଶତ ଭିଭିପାଟ୍‌ ଉପଲବ୍ଧ ପାଇଁ ଜିଲ୍ଲା ଅଫିସରମାନେ ନିଶ୍ଚିତ ହେବା ସହ ପ୍ରଥମ ପର୍ଯ୍ୟାୟ ତଦାରଖ ଓ ପ୍ରଶିକ୍ଷଣ କାର୍ଯ୍ୟ ଜାରି ରହିଛି। ଇଭିଏମ୍‌ ଓ ଭିଭିପାଟ୍‌ ଉତ୍ପାଦନ ଏବ˚ ଯୋଗାଣ ସ୍ଥିତି ବାବଦରେ ଇସି ନିୟମିତ ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସୟୁ) ଗୁଡ଼ିକର ସିଏମ୍‌ଡି ମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ୨୦୧୯ ନିର୍ବାଚନରେ ପ୍ରାୟ ୨୨.୩ ଲକ୍ଷ ବାଲଟ ୟୁନିଟ, ୧୬.୩ ଲକ୍ଷ କ˚ଟ୍ରୋଲ ୟୁନିଟ, ୧୭.୩ ଲକ୍ଷ ଭିଭିପାଟ୍‌ ବ୍ୟବହାର କରାଯିବ। ଏଥିରେ ପ୍ରଶିକ୍ଷଣ ଏବ˚ ଆବଶ୍ୟକ ସ୍ଥଳରେ ବଦଳ ହେବାକୁ ଥିବା ମେସିନ ମଧ୍ୟ ଅନ୍ତର୍ଭୁକ୍ତ।

ଆସନ୍ତା ଦିନରେ ହେବାକୁ ଥିବା ଆଜମେର, ଇନ୍ଦୋର, ଦୁର୍ଗ, ଆଇଜଲ ଏବ˚ ମେହବୁବନଗର ବିଧାନସଭା ନିର୍ବାଚନରେ ବ୍ୟବହାର ଅନୁକୂଳ ଇଭିଏମ୍‌ ମ୍ୟାନେଜମେଣ୍ଟ୍‌ ସଫ୍ଟୱେର ବ୍ୟବହାର କରାଯିବ। ଉଲ୍ଲେଖଯୋଗ୍ୟ ୨୦୦୦ ମସିହା ପରଠାରୁ ଏ ପର୍ଯ୍ୟନ୍ତ ୩ଟି ଲୋକସଭା ନିର୍ବାଚନ ଏବ˚ ୧୧୩ ଥର ରାଜ୍ୟ ବିଧାନସଭା ଭୋଟରେ ଇଲେକ୍ଟ୍ରୋନିକ୍‌ ଭୋଟି˚ ମେସିନ୍‌ ବ୍ୟବହାର ହୋଇଛି। ଇଭିଏମ୍‌ ବ୍ୟବହାର ଯୋଗୁ ବୁଥ୍‌ ଜବରଦଖଲ ଏବ˚ ଭୋଟ ଗଣତିରେ ବାଲଟ ପେପର ବ୍ୟବହାରରେ ହେଉଥିବା ତ୍ରୁଟି ଓ ବିଳମ୍ବ ପ୍ରକ୍ରିୟା ଦୂର ହୋଇପାରିଛି। ବାଲଟ ପେପର ବ୍ୟବହାର ଦ୍ବାରା ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ବହୁ ସ˚ଖ୍ୟକ ଭୋଟ ମଧ୍ୟ ଅସିଦ୍ଧ ହୋଇ ଯାଉଥିଲା। ଏପରିକି କେତେକ ନିର୍ବାଚନରେ ପ୍ରାର୍ଥୀଙ୍କ ବିଜୟ ଭୋଟର ସ˚ଖ୍ୟାଠାରୁ ଅଧିକ ଭୋଟ ଅସିଦ୍ଧ ହେଉଥିଲା।

ଇଭିଏମ୍‌ରେ ଭୋଟର ଭେରିଫାଏଡ୍‌ ପେପର ଅଡିଟ ଟ୍ରେଲ (ଭିଭିପାଟ୍‌) ସ˚ଯୁକ୍ତ ହେବା ଦ୍ବାରା ଏହା ଉପରେ ଭୋଟରଙ୍କ ବିଶ୍ବାସ ସୁଦୃଢ଼ ହେବା ସହ ଭୋଟି˚ ପ୍ରକ୍ରିୟାରେ ସ୍ବୁଚ୍ଛତା ବୃଦ୍ଧି ପାଇଛି। ଇଭିଏମ୍‌ରେ ସ˚ଯୁକ୍ତ ହୋଇଥିବା ଏକ ସ୍ବାଧୀନ ପ୍ରିଣ୍ଟ୍‌ ପଦ୍ଧତିକୁ ଭିଭିପାଟ କୁହାଯାଏ, ଯାହାଦ୍ବାରା କି ଭୋଟର କାହାକୁ ଭୋଟ ଦେଇଛନ୍ତି ସେ ବାବଦରେ ଅବଗତ ହୋଇପାରିବେ। ଭିଭିପାଟର ସ୍ବଚ୍ଛ ସ୍କ୍ରିନ୍‌ରେ ୭ ସେକେଣ୍ତ ପାଇଁ ଭୋଟର ଦେଖିପାରିବେ ଭିଭିପାଟ ସ୍ଲିପ୍‌ ଜରିଆରେ ତାଙ୍କ ଭୋଟ କାହା ସପକ୍ଷରେ ଯାଇଛି। ଏହାପରେ ସ୍ଲିପ୍‌ଟି ମେସିନର ନିମ୍ନରେ ଥିବା ବକ୍ସରେ ସୁରକ୍ଷିତ ରହିଯିବ। ଭିଭିପାଟରେ ବ୍ୟବହାର କରାଯାଉଥିବା ସ୍ଲିପ୍‌ ଥର୍ମାଲ୍‌ କାଗଜ ୫ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ, ଯାହାକି ଆବଶ୍ୟକ ସ୍ଥଳରେ ଦୈବାତ୍‌ ବିବାଦ ଉପୁଜିଲେ କୋର୍ଟଙ୍କ ନିର୍ଦ୍ଦେଶରେ ପୁନଃ ଗଣତି ହୋଇପାରିବ। ୧୮ଟି ଲୋକସଭା କ୍ଷେତ୍ରର ୯୩୩ଟି ବିଧାନସଭା ନିର୍ବାଚନମଣ୍ତଳୀରେ ଭିଭିପାଟ୍‌ର ପରୀକ୍ଷାମୂଳକ ବ୍ୟବହାର ସଫଳ ହୋଇପାରିଛି। ଗୋଆ, ହିମାଚଳ ପ୍ରଦେଶ, ଗୁଜରାଟ, ମେଘାଳୟ, ନାଗାଲାଣ୍ତ, ତ୍ରିପୁରା ଏବ˚ କର୍ଣ୍ଣାଟକ ଆଦି ୭ଟି ରାଜ୍ୟରେ ୨୦୧୭-୧୮ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସମସ୍ତ ବୁଥ୍‌ରେ ଭିଭିପାଟ୍‌ ବ୍ୟବହାର କରାଯାଇଥିଲା। ୨୦୧୭ ଡିସେମ୍ବର ପରଠାରୁ ନିର୍ବାଚନ କମିଶନ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ତଳୀରେ ମଧ୍ୟ ଏହାକୁ ବ୍ୟବହାର କରିଛନ୍ତି। ୮୭୩ଟି ଭିଭିପାଟ୍‌ରୁ ବାହାରିଥିବା ସ୍ଲିପ୍‌ ଗୁଡ଼ିକୁ ଗଣତି ପରେ ତାହା ଇଭିଏମର ହିସାବ ସହ ସମାନ ଥିବା ଜଣାପଡ଼ିଛି।

ନିର୍ବାଚନ କମିଶନ ବ୍ୟବହାର କରୁଥିବା ଇଭିଏମ୍‌ ଓ ଭିଭିପାଟ୍‌ ଗୁଡ଼ିକ କେବଳ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ୍‌ ଇଣ୍ତିଆ ଲିମିଟେଡ (ଇସିଆଇଏଲ୍‌) ଏବ˚ ଭାରତ ଇଲେ‌େକ୍ଟ୍ରାନିକ୍ସ ଲିମିଟେଡ୍‌ (ବିଇଏଲ୍‌) ଦ୍ବାରା ସ୍ବତନ୍ତ୍ର ଟେକ୍ନିକାଲ ବିଶେଷଜ୍ଞମାନଙ୍କ ତଦାରଖରେ ନିର୍ମିତ ଏବ˚ ଏଥିରେ କିଛି ବେନିୟମ କାର୍ଯ୍ୟ ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର