ପତ୍ନୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ଭାବପ୍ରବଣ ହୋଇ ଫେସ୍‌ବୁକ୍‌ ପୋଷ୍ଟ୍‍ ଲେଖିଲେ ପତି ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ପତ୍ନୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ଭାବପ୍ରବଣ ହୋଇ ଏକ ଫେସ୍‌ବୁକ୍‌ ପୋଷ୍ଟ୍‍ ଲେଖିଛନ୍ତି ବେଆଇନ୍‌ ଅର୍ଥ କାରବାରରେ ଫସିଥିବା ସ୍ୱାମୀ ରବର୍ଟ ଭଦ୍ରା। ସେ ପ୍ରିୟଙ୍କାଙ୍କୁ ‘ପି’ ବୋଲି ସମ୍ବୋଧନ କରି ଲେଖିଛନ୍ତି, ‘ତୁମ ପାଇଁ ମୋର ଶୁଭକାମନା ପି। ଉତ୍ତରପ୍ରଦେଶରେ ନୂଆ କାମ ପାଇଁ ଓ ପୂରା ଭାରତରବାସୀଙ୍କ ସେବା କରିବା ପାଇଁ। ତୁମେ ମୋର ସର୍ବପ୍ରିୟ ବନ୍ଧୁ, ମୋ ପତ୍ନୀ ଓ ଆମ ପିଲାମାନଙ୍କ ପାଇଁ ଜଣେ ଉତ୍ତମ ମାଆ। ଏବେ ଖୁବ୍‌ ଚତୁର ଏବଂ ପ୍ରତିଶୋଧ ପରାୟଣ ରାଜନୀତି ଚାଲିଛି। ମାତ୍ର ମୁଁ ଜାଣେ ଲୋକଙ୍କ ସେବା କରିବା ଏବେ ତୁମ କର୍ତ୍ତବ୍ୟ। ଏବେ ପୂରା ଭାରତର ଲୋକଙ୍କ ହାତରେ ମୁଁ ତାଙ୍କୁ ଦେଇ ଦେଲି। ଦୟାକରି ତାଙ୍କର ଯତ୍ନ ନିଅନ୍ତୁ।’

ଉଲ୍ଲେଖଯୋଗ୍ୟ, ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରିୟଙ୍କା ଆଜି ଲକ୍ଷ୍ନୌଠାରେ ଏକ ରୋଡ୍‌ସୋ’ରୁ ନିଜର ପ୍ରଥମ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ବେଆଇନ୍‌ ଅର୍ଥ କାରବାର ମାମଲାରେ ପଚରାଉଚରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଛି। ସବୁବେଳେ ସ୍ୱାମୀଙ୍କ ଆଗରେ ଢାଲ ପରି ଛିଡ଼ା ହେଉଥିବା ପ୍ରିୟଙ୍କା ଏଥର ବି ଭଦ୍ରାଙ୍କ ସାଥ୍‌ ଦେବା ପାଇଁ ଜୟପୁର ଯିବେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର