କୁମ୍ଭମେଳାରେ ପବିତ୍ର ବୁଡ଼ ପକାଇ ନୂତନ ରାଜନୈତିକ ଇନିଂସ ଆରମ୍ଭ କରିପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଫେବ୍ରୁଆରି ୪ ତାରିଖରେ ପବିତ୍ର କୁମ୍ଭମେଳାରେ ସ୍ନାନ ସାରି ଆନୁଷ୍ଠାନିକ ଭାବେ ରାଜନୀତିରେ ପ୍ରବେଶ କରିବାର ସମ୍ଭାବନା ଅଛି।

ପୂର୍ବାଞ୍ଚଳ ଉତ୍ତରପ୍ରଦେଶରେ ସାଧାରଣ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ପ୍ରିୟଙ୍କା ଗାନ୍ଧୀ କିଛି ଦିନ ମଧ୍ୟରେ ଲକ୍ଷ୍ନୌଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିବେ ବୋଲି ସୂଚନା ରହିଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଉଭୟ ଭାଇଭଉଣୀ କୁମ୍ଭମେଳାର ଦ୍ୱିତୀୟ ଶାହୀ ସ୍ନାନରେ ‘ମୈନି ଅମାବାସ୍ୟା’ ଅବସରରେ ଗଙ୍ଗାରେ ବୁଡ଼ ଦେବେ।

ଯଦି ସେମାନେ ଫେବ୍ରୁଆରି ୪ରେ ଏହି ବୁଡ଼ ପକାଇବାରୁ ବଞ୍ଚିତ ହୁଅନ୍ତି ତେବେ ୧୦ ତାରିଖରେ ତୃତୀୟ ଶାହୀ ସ୍ନାନ ‘ବସନ୍ତ ପଞ୍ଚମୀ’ରେ ବୁଡ଼ ପକାଇବେ ବୋଲି ସୂଚନା ରହିଛି।

ପ୍ରଥମ ଥର ପାଇଁ ରାହୁଲ ଓ ପ୍ରିୟଙ୍କା ଏହି ବୁଡ଼ ମାରିବାର ଯୋଜନା କରିଛନ୍ତି। ପୂର୍ବରୁ ୨୦୦୧ ମସିହାରେ ସେ ସମୟର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପବିତ୍ର ବୁଡ଼ ପକେଇଥିଲେ।

ସମ୍ବନ୍ଧିତ ଖବର