ଭୁବନେଶ୍ବରରେ ଅନୁପ ବିରୋଧୀ

ଝାରସୁଗୁଡ଼ା : ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ବିଜେଡିର ଗୋଟିଏ ଗୋଷ୍ଠୀ ଶନିବାର ଅନୁପ ସାଏଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛନ୍ତି। ଶନିବାର ଏହି ନିର୍ବାଚନମଣ୍ଡଳୀରୁ ଶତାଧିକ ଲୋକ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁପ ସାଏଙ୍କୁ ଦଳୀୟ ଟିକଟ ନ ଦେବାକୁ ଦାବି କରିଥିବା ଜଣାପଡ଼ିଛି। କୁଳମଣି ଦାସ, ମୁନା ନାୟକ, ପର୍ଶୁରାମ ସାହୁ, ଶ୍ୟାମ ସୁନ୍ଦର ଶତପଥୀ ପ୍ରମୁଖଙ୍କ ବହୁ ସଂଖ୍ୟାରେ ବ୍ୟକ୍ତି ନବୀନ ନିବାସ ଯାଇଥିବା ଜଣାଯାଇଛି। ଅନୁପ ବ୍ୟତୀତ ଯାହାକୁ ଟିକେଟ ଦେଲେ ସେମାନେ ସମର୍ଥନ କରିବେ ବୋଲି କହିଛନ୍ତି। ଏ ନେଇ ଅନୁପ ସାଏଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର