ପିଏସ୍‌ଇ ରିପୋର୍ଟ: ମଧ୍ୟପ୍ରଦେଶ-ଛତିଶଗଡ଼ରେ ସରକାର ଗଢ଼ିବ ବିଜେପି, ରାଜସ୍ଥାନରେ କଂଗ୍ରେସ, ତେଲେଙ୍ଗାନାରେ କେସିଆର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି ୪ର୍ଥ ଥର ପାଇଁ କ୍ଷମତାକୁ ଆସିବା ସମ୍ଭାବନା ରହୁଛି। ରାଜସ୍ଥାନରେ ବିଜେପିକୁ ପରାସ୍ତ କରି କଂଗ୍ରେସ କ୍ଷମତାକୁ ଫେରିପାରେ। ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପୁଣି ଥରେ ଯାଦୁ ଦେଖାଇବେ ବୋଲି ଗୁରୁବାର ‘ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ’ର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

‘ପିଏସ୍‌ଇ’ର ୧୦ମ ସଂସ୍କରଣ ସର୍ଭେ ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରେ ବିଜେପିର ବିଜୟ ୫୨ ପ୍ରତିଶତ ସମ୍ଭାବନା ରହୁଛି। ପିଏସ୍‌ଇ ସର୍ଭେ ସଙ୍କେତରୁ ଯାହା ଜଣାପଡୁଛି, ରାଜସ୍ଥାନରେ ବିଜେପିର ବିଜେପି ବିଜୟ ସମ୍ଭାବନା ୩୫ ପ୍ରତିଶତ। ଏହାର ଅର୍ଥ କଂଗ୍ରେସକୁ ବହୁମତ ମିଳିବ। ଛତିଶଗଡ଼ରେ ରମଣ ସିଂହଙ୍କ ନେତୃତ୍ୱରେ ସରକାର ଶାସନ ଜାରି ରଖିବା ୫୫ ପ୍ରତିଶତ ସମ୍ଭାବନା। ସେହିପରି ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ବହୁ ପରିମାଣରେ ଭୋଟ ମିଳିବ। ପିଏସଇ ରିପୋର୍ଟରୁ ଯେତିକି ଜଣାପଡ଼ିଛି, କେସିଆରଙ୍କ ପାର୍ଟିକୁ ୭୫ ପ୍ରତିଶତ ଭୋଟ ମିଳିବ।

ସମ୍ବନ୍ଧିତ ଖବର