ଚଣ୍ଡିଗଡ: ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଓଡ଼ିଶାର ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ପଞ୍ଜାବ ସରକାର । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ ନେଇ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ରାଜ୍ୟକୁ ନିଜ ପ୍ରତିନିଧିଙ୍କୁ ପଠାଯାଇଥିଲା । ଏ ନେଇ ସମର୍ଥନ ଜଣାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ସେ ନିଜ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ନେଇ ପ୍ରସ୍ତାବ ପାରିତ ହୋଇଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।

Advertisment

publive-image

ପୂର୍ବରୁ ଏସଂପର୍କରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପକ୍ଷରୁ ବି ସବୁଜ ସଙ୍କେତ ମିଳିସାରିଛି । ଏଥିସହିତ ହିଁ ଲୋକସଭା ଏବଂ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଂଗ୍ରେସ ଏବଂ ଗଠବନ୍ଧନ ସରକାର ଥିବା ରାଜ୍ୟଗୁଡିକୁ ଏକ ପତ୍ର ମଧ୍ୟ ଲେଖିଥିଲେ। ବିଧାନସଭାରେ ମହିଳାଙ୍କ ପାଇଁ ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ଆରକ୍ଷଣ ଦେବା ସମ୍ବନ୍ଧରେ ପ୍ରସ୍ତାବକୁ ପାରିତ କରିବା ପାଇଁ ଏହି ପତ୍ରରେ କୁହାଯାଇଥିଲା । ଆଗାମୀ ସଂସଦ ଶୀତକାଳୀନ ଅଧିବେଶନରେ ମହିଳାଙ୍କ ପାଇଁ ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ଆରକ୍ଷଣ ସମ୍ବନ୍ଧର ପ୍ରସ୍ତାବକୁ ପାରିତ କରିବା ପାଇଁ ଚିଠି ଲେଖିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

publive-image

ଏପଟେ, ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପ୍ରସଙ୍ଗରେ ନିକଟରେ ନୂଆଦିଲ୍ଲୀଠାରେ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲେ ବିଜେଡ଼ି ସାଂସଦ। ଏହି ପ୍ରସ୍ତାବ ପାଇଁ ସବୁ ପ୍ରକାର ସମର୍ଥନ କରିବାକୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ପ୍ରତିଶ୍ରୁତି ଦେଇଥିବା ଆଲୋଚନା ପରେ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଥିଲେ। ଭଲ ପ୍ରସ୍ତାବ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପରାଷ୍ଟ୍ରପତି ପ୍ରଶଂସା କରିଥିଲେ।

ଉଭୟ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ ଜଣାଇବା ପାଇଁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ପ୍ରସନ୍ନ ଆଚାର‌୍ୟ୍ୟଙ୍କ ନେତୃତ୍ୱରେ ବିଜେଡିର ରାଜ୍ୟସଭା ଓ ଲୋକସଭା ସାଂସଦ ତାଙ୍କ ସରକାରୀ ବାସଭବନରେ ପ୍ରସ୍ତାବ ପତ୍ର ପ୍ରଦାନ କରିଥିଲେ। ଆଲୋଚନା ପରେ ଏହାର ସୂଚନା ଦେଇ ଉପରାଷ୍ଟ୍ରପତିଙ୍କ ବାର୍ତ୍ତାକୁ ନେଇ କହିଥିଲେ ଯେ ବିଧାନସଭାରେ ମହିଳା ସଂରକ୍ଷଣ ପ୍ରସ୍ତାବ ଗୃହିତ ହୋଇସାରିଛି। ଏହା ଭଲ ପଦକ୍ଷେପ ଏବଂ ଏନେଇ ଉପରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଥିଲେ ।