ପ୍ରାର୍ଥୀ ଘୋଷଣା କଲା ପୂର୍ବାଞ୍ଚଳ ଜନତା ପାର୍ଟି (ସେକ୍ୟୁଲାର)

ଭୁବନେଶ୍ବର : ଓଡ଼ିଶା‌େର ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଗୁଲ୍‌ ବାଜିନି। ହେଲେ ଏହାର ବହୁ ପୂର୍ବରୁ ଛୋଟ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଆରମ୍ଭ କରି ଦେଇଛନ୍ତି। ଏହିକ୍ରମରେ ପୂର୍ବାଞ୍ଚଳ ଜନତା ପାର୍ଟି(ସେକ୍ୟୁଲାର) ଆଜି ରାଜ୍ୟର ୧୧ଟି ବିଧାନସଭା ଓ ଗୋଟିଏ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିସହ ରାଜ୍ୟର ୧୪୭ ବିଧାନସଭା ଓ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦିଆଯିବ ବୋଲି ଦଳର ରାଷ୍ଟ୍ରୀୟ ସଂଯୋଜକ ମୁକେଶ ସିଂ ଘୋଷଣା କରିଛନ୍ତି।

ସିୱାଇଏସ୍‌ଡି ପରିସରରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ଶେଷ ହୋଇଛି। ବାଲେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରୁ ଦଳର ରାଜ୍ୟ ସଭାପତି ରମାକାନ୍ତ ପଣ୍ଡା ପ୍ରାର୍ଥୀ ହେବେ। ‌େଭାଗରାଇ ବିଧନସଭା ନିର୍ବାଚନମଣ୍ଡଳୀରୁ ଗିରିଶ ଚନ୍ଦ୍ର ପରିଡ଼ା, ସିମୁଳିଆରୁ ଗଙ୍ଗାଧର ଦାସ, ନିଳଗିରିରୁ ପ୍ରତାପ ଚନ୍ଦ୍ର ମହାନ୍ତି, ‌େସାରରୁ ଉମେଶ ଚନ୍ଦ୍ର ସେଠୀ, ବାଲେଶ୍ବର ସଦରରୁ ସର୍ବଜୟ ପତି, ଜଳେଶ୍ବରରୁ ସୁମନ୍ତ ଗିରି, ବସ୍ତାରୁ ନନ୍ଦନ ପାଲ, ମୋରଡ଼ାରୁ ରତିକାନ୍ତ ସାହୁ, ସାରସ୍‌କଣାରୁ ସୁଦାମ ମୁର୍ମୁ, ବାଙ୍ଗିରିପୋଷିରୁ ରଞ୍ଜିତ କୁମାର ସିଂ, ଉଦଳାରୁ ମାନସ କୁମାର ସିଂ ପ୍ରାର୍ଥୀ ହେବେ ବୋଲି ଆଜି ବସିଥିବା ରାଜ୍ୟ କାର୍ଯ୍ୟାକାରିଣୀ ବୈଠକରେ ସ୍ଥିର ହୋଇଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଦଳ ଅନୁପ୍ରାଣିତ ହେଉଥିବାରୁ ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ କଟକ‌େର ସମାବେଶ କରାଯିବ। ଏଥିରେ ସାରା ରାଜ୍ୟରୁ କର୍ମୀମାନେ ସାମିଲ ହେବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଏ ଲଢ଼େଇ ଜାରି ରହିବ।

ସମ୍ବନ୍ଧିତ ଖବର