କଂଗ୍ରେସରେ ଯୋଗଦେଲେ ପୂର୍ବତନ ବିଧାୟକ ରବି ପାଣିଗ୍ରାହୀ

ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ପୂର୍ବତନ ବିଧାୟକ ରବିନାରାୟଣ ପାଣିଗ୍ରାହୀ କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ପାଣିଗ୍ରାହୀଙ୍କୁ କଂଗ୍ରେସ ଦଳର ସଦସ୍ୟ ରୂପେ ଗ୍ରହଣ କରିଛନ୍ତି। ଏହାକୁ ଏଆଇସିସି ସଂପାଦକ ଶେଖ୍‌୍‌ ମସ୍ତାନ ଅଲ୍ଲୀ ସମର୍ଥନ ଜଣାଇଛନ୍ତି। ଶ୍ରୀ ପାଣିଗ୍ରାହୀ ଜାତୀୟ କଂଗ୍ରେସର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମ ପ୍ରତି ଗଭୀର ଆନୁଗତ୍ୟ ଘୋଷଣା କରି ଓଡିଶାରେ କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଦୃଢ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।

ସମ୍ବନ୍ଧିତ ଖବର