ଭୁବନେଶ୍ୱର: ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ ।
ଆରମ୍ଭ ହୋଇଛି ରାଜ୍ୟସଭା ରେସ୍ । ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତି, ସରୋଜିନୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରୁଛି । ଆଉ ଏହି ୪ଜଣ ସାଂସଦଙ୍କ ସ୍ଥାନ କିଏ ନେବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ ସେଇ ୪ ଚେହେରା? ପୁରୁଣା ମୁହଁ ନା’ ନୂଆ ମୁହଁକୁ ମିଳିବ ସୁଯୋଗ? ନା’ ପୂର୍ବଥର ଭଳି ଅଶ୍ୱନୀ ବୈଷ୍ଣବ ଫମୁର୍ଲା ଆପଣାଇବ ବିଜେଡି? ସଂଖ୍ୟା ଦୃଷ୍ଟିରୁ ଖାଲିଥିବା ୪ ଆସନରୁ ବିଜେଡି ଖାତାକୁ ୩ ଆସନ ଯିବା ସୁନିଶ୍ଚିତ । ହେଲେ ୪ର୍ଥ ଆସନ ପାଇଁ କ’ଣ ରହିବ ବିଜେଡିର ଆଭିମୁଖ୍ୟ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
/sambad/media/post_attachments/wp-content/uploads/2020/02/vlcsnap-2020-02-25-19h01m28s586.png)
କ’ଣ କହୁଛି ରାଜ୍ୟସଭା ଗଣିତ? କେଉଁ ଦଳ ପାଖରେ କେତେ ବିଧାୟକ? ରାଜ୍ୟର ମୋଟ୍ ୧୪୭ ବିଧାୟକଙ୍କ ମଧ୍ୟରୁ ଶାସକ ବିଜେଡି ଦଳ ପାଖରେ ୧୧୩ ବିଧାୟକ । ପ୍ରତ୍ୟେକ ରାଜ୍ୟସଭା ସିଟ୍ ପାଇଁ ୩୦ ବିଧାୟକଙ୍କ ସମର୍ଥନ ଦରକାର । ଅର୍ଥାତ ୩୦ ଗୁଣନ ୪ ହିସାବରେ ୪ଟି ଯାକ ରାଜ୍ୟସଭା ଆସନ ଜିତିବା ପାଇଁ ୧୨୦ ସଦସ୍ୟଙ୍କ ଭୋଟ୍ ଆବଶ୍ୟକ । ହେଲେ ବିଜେଡି ପାଖରେ ୭ଜଣ ବିଧାୟକଙ୍କ ସଂଖ୍ୟା କମ୍ ରହିଛି ।
ବଡ଼ କଥା ହେଉଛି ବିଜେପି ପାଖରେ୨୩ ବିଧାୟକ ଅଛନ୍ତି । ଅର୍ଥାତ ଗୋଟିଏ ରାଜ୍ୟସଭା ଆସନ ଜିତିବାକୁ ବିଜେପିକୁ ଦରକାର ୭ ଜଣ ବିଧାୟକଙ୍କ ସମର୍ଥନ । ଏଭଳି ସ୍ଥିତରେ ସମସ୍ତଙ୍କ ନଜର କଂଗ୍ରେସ ଖାତାରେ ଥିବା ୯ଜଣ ବିଧାୟକଙ୍କ ଉପରେ । ଦ୍ୱିତୀୟ ପସନ୍ଦକୁ ଭରସା କରି ଚତୁର୍ଥ ଆସନଟିକୁ ଅକ୍ତିଆର କରିବା ଲକ୍ଷ୍ୟରେ ଉଭୟ ବିଜେଡି ଓ ବିଜେପି ରହିବେ। ଏହାରି ଭିତରେ ଗେମ୍ ଚେଞ୍ଜର ହୋଇପାରନ୍ତି ସ୍ୱାଧିନ ବିଧାୟକ ମକରନ୍ଦ ମୁଦୁଲି ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା।
ଏପଟେ ରାଜ୍ୟସଭା ଯିବା ପାଇଁ ବିଜେଡିରେ ଅନେକ ଆଶାୟୀ । କିଛି ନେତାଙ୍କୁ ବିଜେଡି ସୁପ୍ରିମୋ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଉ କିଛି ନେତା ଏଥର ରାଜ୍ୟସଭା ଯିବା ପାଇଁ ଆଶା ବାନ୍ଧିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/vlcsnap-2020-02-25-19h01m32s613.png)