ମୁମ୍ବାଇ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତଃ ଘଟାଇ ଶେଷରେ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଘବ ଓ ପରିଣୀତି। ଆମ୍ ଆଦ୍ମୀ ପାର୍ଟି ନେତା ରାଘବ ଚଢ଼ା ତାଙ୍କ ଅଭିନେତ୍ରୀ ବାନ୍ଧବୀ ପରିଣୀତି ଚୋପ୍ରାଙ୍କ ସହ ଗତ ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ କରିଛନ୍ତି। କନ୍ନଟପ୍ଲେସ୍ସ୍ଥିତ କପୁରତାଲା ହାଉସରେ ହୋଇଥିବା ରାଘବ ଓ ପରିଣୀତିଙ୍କ ନିର୍ବନ୍ଧରେ ବଲିଉଡ କଳାକାରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତାମାନେ ସାମିଲ ହୋଇଥିଲେ।
ସେମାନଙ୍କ ନିର୍ବନ୍ଧ ଯୋଗ ଦେବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏକ ଟୁଇଟ କରି ଲେଖିଥିଲେ, ‘ଜୀବନର ଏହି ନୂଆ ଆରମ୍ଭ ପାଇଁ ତୁମ ଦୁହିଁଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା। ଇଶ୍ବର ତୁମ ଦୁହିଁଙ୍କୁ ଖୁସିରେ ରଖନ୍ତୁ। ଭଗବାନ ହିଁ ତୁମର ଏହି ଯୋଡ଼ି ତିଆରି କରିଛନ୍ତି। ସର୍ବଦା ଏହି ଯୋଡ଼ି ବାନ୍ଧି ହୋଇ ରହୁ।’
ତେବେ ଦୀର୍ଘ ୨୪ ଘଣ୍ଟା ପରେ ସେହି ଟ୍ବିଟ୍ର ଜବାବ ଦେଇଛନ୍ତି ରାଘବ। ସେ କେଜ୍ରିୱାଲ୍ଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇବା ସହ ଟ୍ବିଟ୍ର ଜବାବରେ ଆହୁରି ବି ଲେଖିଛନ୍ତି, ‘ସାର୍ ଆପଣ ଆର୍ଶୀବାଦ ଦେଇ ଆମ ସ୍ବତନ୍ତ୍ର ଦିନକୁ ଆହୁରି ବି ସ୍ବତନ୍ତ୍ର ବନାଇ ଦେଲେ। ପରିଣୀତି ଓ ମୋ ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ହୃଦୟରୁ କୃତଜ୍ଞତା। ଆପଣଙ୍କର ଏହି ଛୋଟ ସାଥୀ ଆଜି ଜିବନର ଏକ ନୂଆ ଯାତ୍ରା ଆରମ୍ଭ କରିଛି। କାମନା କରୁଛି ଆପଣଙ୍କ ଆଶୀର୍ବାଦ ଏପରି ସବୁବେଳେ ରହିଥାଉ।’
ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀର କପୁରତାଲା ହାଉସରେ ଅନୁଷ୍ଠିତ ଏହି ନିର୍ବନ୍ଧ ଉତ୍ସବରେ ବହୁ ଭିଆଇପି ଅତିଥି ଯୋଗ ଦେଇଥିଲେ । କେଜ୍ରିୱାଲ୍ ଓ ତାଙ୍କ ପତ୍ନୀଙ୍କ ସମେତ ଏହି ଦମ୍ପତିଙ୍କ ନିର୍ବନ୍ଧରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଏବଂ ଆଦିତ୍ୟ ଠାକରେ କପୁରତାଲା ହାଉସରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Untitled-55.jpg)