ମୁମ୍ବାଇ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ା ଏବେ ପତି-ପତ୍ନୀ ବନି ସାରିଛନ୍ତି। ସେମାନଙ୍କ ପଞ୍ଜାବୀ ବାହାଘରର ଫଟୋ ଓ ଭିଡିଓ ଏବେ ଭାଇରାଲ୍‌ ହେବା‌ରେ ଲାଗିଛି। ସେମାନେ ପଞ୍ଜାବୀ ରୀତିନୀତିରେ ପରସ୍ପରଙ୍କୁ ବିବାହ କରିଛନ୍ତି। ପରିଣୀତିଙ୍କ କନ୍ୟା ବେଶ ସଭିଙ୍କୁ ବେଶ୍‌ ପସନ୍ଦ ଆସିଛି।

Advertisment

ଏହାରି ମଧ୍ୟରେ ଅନ୍ୟ ଏକ ଫଟୋ ସଭିଙ୍କୁ ବେଶ୍‌ ପସନ୍ଦ ଆସିଛି। ଏକ ଫଟୋରେ ରାଘବ ପରିଣୀତିଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି। ସେ ବିବାହର ଏକ କର୍ମ କରୁଥିବା ବେଳେ ଏହି ଫଟୋଟି କ୍ଲିକ୍‌ ହୋଇଛି। ଫଟୋଟିକୁ ପ୍ରଶଂସକମାନେ ଖୁବ୍‌ ଭଲପାଇବା ଓଜାଡ଼ି ଦେଇଛନ୍ତି।

ବିବାହ ପରେ ଉଭୟ ରାଘବ ଓ ପରୀ ସୋସିଆଲ୍‌ ମିଡିଆରେ ଫଟୋ ସେୟାର୍‌ କରି ନିଜ ମନର କଥା ଲେଖିଛନ୍ତି। ଏହି ଦିନର ଅପେକ୍ଷା ଦୀର୍ଘ ଦିନ ଧରି ଥିଲା ବୋଲି ଦୁହେଁ ପ୍ରକାଶ କରିଛନ୍ତି। ପ୍ରଥମ ଦେଖାରୁ ହିଁ ଏହି ସଂପର୍କ ଲମ୍ବା ଚାଲିବ ମାନେ ଦୁହେଁ ଜାଣି ସାରିିଥିଲେ। ବିବାହ ବନ୍ଧନରେ ବାନ୍ଧି ହେବା ପରେ ସେ ଭାବନାକୁ ପ୍ରକାଶ କରିଛନ୍ତି ରାଘବ-ପରୀ।

ଉଲ୍ଲେଖଯୋଗ୍ୟ, ବଲିଉଡ୍ ସୁନ୍ଦରୀ ପରିଣୀତି ଚୋପ୍ରାଙ୍କର ବହୁ ଚର୍ଚ୍ଚିତ ବାହାଘର ଗତକାଲି ଆପ୍ ସାଂସଦ ରାଘବ ଚଢ଼ାଙ୍କ ସହ ସଂପର୍ଣ୍ଣ ହୋଇଛି।କିଛି ଦିନ ହେବ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ପ୍ରସିଦ୍ଧ ଲୀଲା ପ୍ୟାଲେସ ହୋଟେଲରେ ଏହି ବାହାଘର ହୋଇଥିଲା। ଦୁହେଁ ସ‌ାତ୍ ଫେରେ ନେଇସାରିଥିବା ବେଳେ ଏବେ ପତି-ପତ୍ନୀ ହୋଇଛନ୍ତି। ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରୀ।