ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସଙ୍ଗଠନକୁ ମଜବୁତ୍ କରିବା ପାଇଁ ନିଜେ ଦଳର ଦାୟିତ୍ୱ ପ୍ରତ୍ୟକ୍ଷ ଭାବେ ନେବା ଆବଶ୍ୟକ ବୋଲି ଗଣମାଧ୍ୟମରେ ବହୁ ନେତା ବାରମ୍ବାର କହୁଥିବା ଦେଖିବାକୁ ମିଳିଛି । ନିକଟରେ ରାହୁଲଙ୍କ ନିକଟତମ ବୋଲାଉଥିବା କଂଗ୍ରେସ ନେତା ସଚିନ୍ ପାଇଲଟ୍ଙ୍କ ମତକୁ ନେଇ ଏବେ କଂଗ୍ରେସ ରାଜନୀତି ଜୋର୍ ଧରିଛି ।
ରାଜସ୍ଥାନର କଂଗ୍ରେସ ନେତା ପାଇଲଟ୍ କହିଛନ୍ତି ଯେ, ଦୀପାବଳୀ ପରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦ ହାତେଇ ପାରନ୍ତି । ସେ କହିଛନ୍ତି ଯେ, କୌଣସି ବ୍ୟକ୍ତିର ସାଙ୍ଗିଆକୁ ନେଇ ତାଙ୍କ ନେତୃତ୍ୱ ନେବାର କ୍ଷମତା ଆକଳନ କରିବା ଅନୁଚିତ୍। ସୁଯୋଗ ମିଳିଲେ ଓ ଭଲ କାମ କରିବା ଦ୍ୱାରା ବ୍ୟକ୍ତିତ୍ୱ ବିକାଶ ହେବା ସହ ସଙ୍ଗଠନ ଗଢାଯାଇ ପାରିବ । ଏଣୁ ସମୟ ଆସିଯାଇଛି ରାହୁଳ ଦଳର ଦାୟିତ୍ୱ ନିଅନ୍ତୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/rahul-gandhi_650x400_41505195684.jpg)