୯ ନୂଆ ଏଆଇସିସି ସମ୍ପାଦକ ନିଯୁକ୍ତ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ ଆଜି ୯ ଜଣ ନୂଆ ଏଆଇସିସି (ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି) ସମ୍ପାଦକଙ୍କୁ ନିଯୁକ୍ତି ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ ଅଶୋକ ଗେହଲଟ୍‌୍‌ ଆଜି ଏକ ବିବୃତି ଜାରି କରି ରାହୁଲ୍‌ଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ୯ ଜଣ ନୂଆ ସମ୍ପାଦକଙ୍କ ନାମ ଘୋଷଣା କରିଛନ୍ତି। ଜେନିଥ୍‌ ସାଙ୍ଗ୍‌ମା ଅରୁଣାଚଳ ପ୍ରଦେଶର ନୂଆ ଏଆଇସିସି ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ମିଜୋରାମ୍‌ ପାଇଁ ଆମପରିନ୍‌ ଲିଙ୍ଗଡ଼ୋ, ମଣିପୁର ପାଇଁ ଚାର୍ଲସ ପିଙ୍ଗରୋପ୍‌, ମେଘାଳୟ ପାଇଁ ଭିକ୍ଟର କେସିଙ୍ଗ୍‌, ନାଗାଲାଣ୍ଡ୍‌ ପାଇଁ ପ୍ରଦ୍ୟୁତ ବୋରଦୋଲୋଇ, ସିକ୍କିମ୍‌ ପାଇଁ ପ୍ରଦ୍ୟୋତ୍‌ ଦେବ ବର୍ମନ୍‌, ତ୍ରିପୁରା ପାଇଁ ଭୁପେନ କୁମାର ବୋରା, ଜମ୍ମୁ କଶ୍ମୀର ପାଇଁ ସୁଧୀର ଶର୍ମା ଏବଂ ତାମିଲନାଡ଼ୁ ପାଇଁ ସିରିବେଲା ପ୍ରସାଦଙ୍କୁ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ଏହାବାଦ୍‌ କଂଗ୍ରେସ ମୁଖ୍ୟ ରାହୁଲ୍‌ ଗାନ୍ଧୀ ମଧ୍ୟ ଦଳର ଗବେଷଣା ବିଭାଗର ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛନ୍ତି। ଲଲିତ ମେହରା ରାଜସ୍ଥାନ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଛନ୍ତି। କେରଳ ପାଇଁ ବି ଏସ୍‌ ସିଜୁ, ଗୋଆ ପାଇଁ ଉଲାସ୍‌ ପରବ ଏବଂ ଛତିଶଗଡ଼ ପାଇଁ ଇଦ୍ରିସ୍‌ ଗାନ୍ଧୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସ୍କ୍ରିନିଂ କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମହେନ୍ଦ୍ର ସିଂହ ବୋଧ ନିଯୁକ୍ତ ହୋଇଥିବା ଦଳ ପକ୍ଷରୁ ଘୋଷଣା ହୋଇଛି। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ତେଲେଙ୍ଗାନା ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର