ଅହମଦାବାଦ: ଗୁଜରାଟ ନିର୍ବାଚନ ନେଇ ଜୋରଦାର ପ୍ରଚାର ଚାଲିଥିବା ବେଳେ, କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଶନବାର ପୁଣି ଥରେ ୩ ଦିବସୀୟ ଗସ୍ତ କରିଛନ୍ତି। ମୋଦିଙ୍କ ଭୋଟ ବ୍ୟାଙ୍କ ଅଞ୍ଚଳ କୁହାଯାଉଥିବା ‘ଉତ୍ତର ଗୁଜରାଟ’ରେ ରାହୁଲ ନିର୍ବାଚନୀ ପ୍ରଚାର କରିଛନ୍ତି। ରାହୁଲ ହିମ୍ମତନଗରରେ ପହଞ୍ଚି ପ୍ରଚାର କରିଛନ୍ତି।
ଗସ୍ତର ଆରମ୍ଭରୁ ରାହୁଲ ଗାନ୍ଧିନଗରସ୍ଥିତ ଅକ୍ଷରଧାମ ମନ୍ଦିର ଯାଇଛନ୍ତି। ସେଠାରେ ପ୍ରାୟ ୧୫ମିନିଟ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିବା ପରେ ତିଲକ ଚନ୍ଦନ ଲଗାଇ ପୂଜାର୍ଚ୍ଚନା କରିଛନ୍ତି। ଗସ୍ତ ବେଳେ କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧି ନିଜର ଗୁଜରାଟ ଗସ୍ତର ଆରମ୍ଭରେ ଜିଏସଟିକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ କଡ଼ା ଜବାବ ଦେଇଥିଲେ।
କଂଗ୍ରେସ ଉପାଧ୍ୟକ୍ଷ କହିଛନ୍ତି, ଗବ୍ଦର ସିଂହ ଟ୍ୟାକ୍ସ ଗୁଜୁରାଟ କିମ୍ବା ଦେଶକୁ ଦରକାର ପଡୁ ନାହିଁ। ସେ କହିଛନ୍ତି, କଂଗ୍ରେସ ପୂର୍ବରୁ କହିଛି ସରଳ ଜିଏସଟି ଦରକାର କିନ୍ତୁ ମୋଦି ସରକାର ବିନା କୌଣସି ପରାମର୍ଶରେ ରାତି ଅଧରେ ଜିଏସଟି ଲାଗୁ କରିଦେଇଛନ୍ତି। କଂଗ୍ରେସର ଚାପରେ ମୋଦି ସରକାର ଜିଏସଟିରେ ପରିବର୍ତ୍ତନ ଆଣିଛନ୍ତି।
ମହିଳାଙ୍କୁ ମିଳିବ ଅଧିକ ଟିକଟ: ରାହୁଲ ଗାନ୍ଧି
ରାହୁଲ କହିଛନ୍ତି, ଆମେ ସେତେବେଳେ ନୀରବରେ ରହିବୁ, ଯେତେବେଳେ ଗବ୍ଦର ସିଂହ ଟ୍ୟାକ ମୁକ୍ତ ହେବ ଓ ଅସଲି ଜିଏସଟି ଲାଗୁ ହେବ। ଆମ ୫ ପ୍ରକାର ଅଲଗା ଅଲଗା ଟ୍ୟାକ୍ସ ସ୍ଲାବ ଚାହୁଁ ନାହୁଁ। ଆମେ ଏକ ପ୍ରକାର ଟ୍ୟାକ୍ସ ସ୍ଲାବ ଚାହୁଁଛୁ। ଜିଏସଟିରେ ସଂଶୋଧନ ଆଣିବାର ଅଛି। ସେ କହିଛନ୍ତି ଜିଏସଟି ଓ ବିମୁଦ୍ରାକରଣ ଯୋଗୁଁ ସମଗ୍ର ଦେଶରେ ବହୁ ସଂଖ୍ୟାରେ ବେକାରି ବଢ଼ି ଯାଇଛି। କଂଗ୍ରେସର ଅଧିକରୁ ଅଧିକ ଟିକଟ ମହିଳାଙ୍କୁ ଦେବ।
ଗସ୍ତରେ ରାହୁଲ ଯେତେବେଳେ ହିମ୍ମତନଗରରେ ପହଞ୍ଚିଲେ, ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ବିଜେପି ସମର୍ଥକମାନେ ରାହୁଲଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି। ରାହୁଲ ସବାରକାଣ୍ଠାରେ ପ୍ରାତିଞ୍ଜିରେ ଜନସଭାକୁ ମଧ୍ୟ ସମ୍ବୋଧନ କରିଛନ୍ତି। ଏଥି ସହିତ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛନ୍ତି।
ଅମ୍ବାଜୀ ମନ୍ଦିରରେ ରାତ୍ରୀ ଯାପନ କରିବେ ରାହୁଲ
ଗସ୍ତରେ ରାହୁଲ ୬ଟି ଜିଲ୍ଲାକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେ ମହିଳା, ଗ୍ରାମାଞ୍ଚଳ ଲୋକ ଓ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଭେଟିବେ। ସନ୍ଧ୍ୟାରେ ଅମ୍ବାଜୀଙ୍କ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ରାତ୍ରୀଯାପନ କରିବେ। ରାହୁଲ ନିକଟରେ ସୌରାଷ୍ଟ୍ର, ମଧ୍ୟ ଗୁଜରାଟ ଓ ଦକ୍ଷିଣ ଗୁଜରାଟ ଗସ୍ତ କରିଛନ୍ତି। ଉତ୍ତର ଗୁଜରାଟର ବନାସକାଣ୍ଠା ଜିଲ୍ଲାରେ ମାଁ ଅମ୍ବାଜୀଙ୍କ ପ୍ରସିଦ୍ଧ ମନ୍ଦିରରେ ମୁଣ୍ଡିଆ ମାରିବେ। ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅମ୍ବାଜୀ ମନ୍ଦିର ଗସ୍ତ କରିଥିଲେ। ୫୨ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ କୁହାଯାଉଥିବା ଅମ୍ବାଜୀ ମନ୍ଦିର ସମଗ୍ର ଭାରତରେ ପ୍ରସିଦ୍ଧି ଲାଭ କରିଛି।
ରାହୁଲ ଗାନ୍ଧି ସାବରକାଣ୍ଠା ଜିଲ୍ଲାର ପ୍ରାତିଜରେ ପହଞ୍ଚି ସକାଳ ଜଳଖିଆ କରିବା ସମୟରେ ପକୋଡା, ଖାଖରା ଓ ଫାଫଡା ଖାଇଛନ୍ତି। ତାଙ୍କୁ ଯେତେବେଳେ ପଚରା ଗଲା ଯେ, ଆପଣଙ୍କ ଜଳଖିଆର କେଉଁ ଖାଦ୍ୟ ଟି ଭଲ ଲାଗିଲା? ରାହୁଲ କହିଛନ୍ତି, ଫାଫଡା ଅଧିକ ଭଲ ଲାଗିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/rahul.jpeg)
ଅମ୍ବାଜୀ ମନ୍ଦିରରେ ରାତ୍ରୀ ଯାପନ କରିବେ ରାହୁଲ