ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଟିର ଆଗାମୀ ପୂର୍ଣ୍ଣ ଅଧିବେଶନ ପାଇଁ ନୂଆ ଷ୍ଟିଅରିଂ କମିଟି ଗଠନ କରିଛନ୍ତି। ୩୪ ସଦସ୍ୟ ବିଶିଷ୍ଟ ଏହି କମିଟିରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ରକ୍ଷାମନ୍ତ୍ରୀ ଏ.କେ.ଆଣ୍ଟୋନି, ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ, ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ପ୍ରମୁଖଙ୍କୁ ସାମିଲ କରାଯାଇଛି।
ଏହି ଷ୍ଟିଅରିଂ କମିଟିି ପୂର୍ବରୁ କଂଗ୍ରେସ ଦ୍ୱାରା ଗଠନ କରାଯାଇଥିବା କମିଟିର ସ୍ଥାନ ନେବ। ରାହୁଲ ଗାନ୍ଧୀଙ୍କ ଦ୍ୱାରା ଗଠିତ ଏହି କମିଟିର ବୈଠକ ଆସନ୍ତା ୧୭ ତାରିଖ ଶନିବାର ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ କଂଗ୍ରେସ ପାର୍ଟିରେ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି କୁହାଯାଉଥିଲା। ଏଥି ସହିତ କୁହାଯାଉଥିଲା ଯେ, ରାହୁଲ ଗାନ୍ଧୀ କଂଗ୍ରେସର ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିବା ‘କାର୍ଯ୍ୟକାରୀ କମିଟିକୁ ଭାଙ୍ଗି ଏହା ସ୍ଥାନରେ ଏକ ନୂତନ କମିଟି ଗଠନ କରିବେ। ବର୍ତମାନ ରାହୁଲଙ୍କ ଦ୍ୱାରା ଗଠିତ ଏହି ନୂତନ ଷ୍ଟିଅରିଂ କମିଟି ଆଗାମୀ ଦିନରେ ଦଳର ସମସ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/rahul.jpeg)