ନୂ୍ଆଦିଲ୍ଲୀ : ରାଫେଲ୍ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନିର୍ବାଚଚ ପ୍ରଚାରରେ ଯୋଡ଼ି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୌକିଦାର ଚୋର ହୈ’ କହିଥିବାରୁ ସୁପ୍ରିମକୋର୍ଟ ତାଙ୍କୁ ଅଦାଲତ ଅବମାନନା ନୋଟିସ୍ କରିଥିଲେ। ରାହୁଲ ଗାନ୍ଧୀ ମଧ୍ୟ ନିଜ ଭୁଲ୍ ପାଇଁ କ୍ଷମା ମାଗିଥିଲେ। କିନ୍ତୁ ରାହୁଲ ଆଜି କହିଛନ୍ତି ଯେ ସେ କେବଳ ଏହି ମାମଲାରେ ସୁପ୍ରିମକୋର୍ଟଙ୍କୁ ହିଁ କ୍ଷମା ମାଗିଛନ୍ତି। ବିଜେପି କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଆଦୌ କ୍ଷମା ମାଗିନାହାନ୍ତି। ରାହୁଲ ଆଜି ନୂଆଦିଲ୍ଲୀରେ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୁପ୍ରିମକୋର୍ଟରେ ରାଫେଲ୍ ମାମଲାରେ ରାୟ ଆସିବା ସମୟରେ ସେ ଏଭଳି ମନ୍ତବ୍ୟ ରଖିବା ଭୁଲ୍ ଥିଲା। ଏଥିପାଇଁ ମଧ୍ୟ ସେ କ୍ଷମା ପ୍ରାର୍ଥନା କରିଛନ୍ତି। କିନ୍ତୁ ‘ଚୌକିଦାର ଚୋର ହୈ’ ସ୍ଲୋଗାନ୍ ଜାରି ରହିବ ଏବଂ ଏଥିରେ ସେ କାଏମ ରହିଥିବା କହିଛନ୍ତି।
ମୁଁ ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛି,ମୋଦୀ କିମ୍ବା ବିଜେପିକୁ ନୁହେଁ: ରାହୁଲ
/sambad/media/post_attachments/wp-content/uploads/2019/05/rahul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)