ସୋମନାଥ ମନ୍ଦିରରେ ଅଣହିନ୍ଦୁଙ୍କ ଲାଗି ଉଦ୍ଦିଷ୍ଟ ରେଜିଷ୍ଟର୍‌ରେ ଦସ୍ତଖତ କରି ଅଡୁଆରେ ରାହୁଲ

ନୂଆଦିଲ୍ଲୀ: ଅଡୁଆରେ ପଡ଼ିଯାଇଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଜଣେ ହିନ୍ଦୁ ନା ଅଣହିନ୍ଦୁ, ଏ ନେଇ ସରଗରମ ହୋଇଛି ଗୁଜରାଟ୍‌ ରାଜନୀତି। ସୋମନାଥ ମନ୍ଦିର ଦର୍ଶନ ବେଳେ ଅଣହିନ୍ଦୁଙ୍କ ପାଇଁ ହୋଇଥିବା ରେଜିଷ୍ଟରରେ ରାହୁଲଙ୍କ ନାଁ ଏଂଟ୍ରି ହୋଇଥିବାରୁ ଏହି ବିବାଦ ଜୋର ଧରିଛି। ଏହାକୁ ନେଇ ରାହୁଲ କେଉଁ ଧର୍ମର ବୋଲି ପ୍ରଶ୍ନ କରିଛି ବିଜେପି। ଏ ନେଇ କଂଗ୍ରେସ କହିଛି, ବିଜେପି ଧର୍ମ ନାମରେ ରାଜନୀତି କରୁଛି। ସୋମନାଥ ମନ୍ଦିରର ରେଜିଷ୍ଟରରେ ରାହୁଲ ଗାନ୍ଧିଙ୍କ ନାଁ। ଗୁଜରାଟ ର୍ନିବାଚନୀ ପ୍ରଚାରରେ ଲଗାତାର ମନ୍ଦିର ପରିଦର୍ଶନ କରୁଛନ୍ତି ରାହୁଲ୍‌। ଏହି କ୍ରମରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସହ ସୋମନାଥ ମନ୍ଦିର ପହଁଚିଥିଲେ ରାହୁଲ। ଅଭିଯୋଗ ହୋଇଛି, ଅଣହିନ୍ଦୁଙ୍କ ପାଇଁ ଥିବା ଏଂଟ୍ରି ରେଜିଷ୍ଟରରେ ଦସ୍ତଖତ ରାହୁଲ କାହିଁକି ଦସ୍ତଖତ କରିଥିଲେ? ତେବେ ଏଥିରେ ରାହୁଲ ଗାନ୍ଧି ଦସ୍ତଖତ କରିନଥିବା କଂଗ୍ରେସ ସଫେଇ ଦେଇଛି। ସୋମନାଥ ମନ୍ଦିରର ପ୍ରଥା ଅନୁସାରେ ଯଦି କୌଣସି ଅଣ-ହିନ୍ଦୁ ମନ୍ଦିର ଭିତରକୁ ଯାଆନ୍ତି, ତେବେ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ରେଜିଷ୍ଟରରେ ଏଂଟ୍ରି କରିବାକୁ ପଡ଼େ।

ଏ ନେଇ ବିଜେପି ଅଭିଯୋଗ କରିଛି, ରେଜିଷ୍ଟରରେ ନାଁ ଲେଖି ରାହୁଲ ଜଣାଇ ଦେଇଛନ୍ତି ଯେ ସେ ହିନ୍ଦୁ ନୁହଁନ୍ତି। ସେପଟେ କଂଗ୍ରେସ କହିଛି, ଗୁଜରାଟରେ ବିଜେପି ନିକଟରେ ପ୍ରସଙ୍ଗ ନଥିବାରୁ ଧର୍ମକୁ ନେଇ ରାଜନୀତି କରୁଛି ବିଜେପି। ଏହି ଆରୋପ-ପ୍ରତ୍ୟାରୋପ ଭିତରେ ପ୍ରଶ୍ନ ଉଠୁଛି, ଅଣ-ହିନ୍ଦୁ ରେଜିଷ୍ଟରରେ ରାହୁଲ ଗାନ୍ଧିଙ୍କ ନାଁ କାହିଁକି ଲେଖାଯାଇଛି ? ଭୁଲରେ ଅହମ୍ମଦ ପଟେଲଙ୍କ ସହ ତାଙ୍କ ନାଁ ଲେଖା ହୋଇଥିଲା ନା’ ଏହା ପଛରେ ରହିଛି ଆଉ କିଛି କାରଣ ?

 

ସମ୍ବନ୍ଧିତ ଖବର