ଜିତିବା ସତ୍ତ୍ୱେ ଇଭିଏମ ତ୍ରୁଟି କଥା ଉଠାଇଲେ ରାହୁଲ ଗାନ୍ଧି – ଇଭିଏମ ଚିପରେ ହସ୍ତକ୍ଷେପ କରାଯାଇପାରିବ ବୋଲି କହିଲେ

ନୂଆଦିଲ୍ଲୀ : ଦେଶର ସାଧାରଣ ଜନତା,କୃଷକ ଓ ବେରୋଜଗାର ଯୁବକ ଯୁବତୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି । ରୋଜଗାର ଓ କୃଷକଙ୍କ ସମସ୍ୟା ଦୂର କରିବାରେ ସରକାର ବିଫଳ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋକମାନେ ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି । ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳର ସଫଳତା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ।

ଅନ୍ୟପକ୍ଷରେ ଜିତିବା ସତ୍ତ୍ୱେ ପୁଣି ଥରେ ସେ ଇଭିଏମ ତ୍ରୁଟି କଥା ଉଠାଇଛନ୍ତି । ଇଭିଏମର ଚିପକୁ ବଦଳାଯାଇ ପାରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଦଳ ବିକାଶ ପାଇଁ କାର୍ଯ୍ୟ କରିବ । ଦଳର ସଫଳତା ପାଇଁ ସେ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟ କୃଷକ,ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କର ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ମଝବୁତ ଓ ଏକତ୍ରିତ ବିପକ୍ଷକୁ ମୋଦି ଜିତିପାରିବେ ନାହିଁ ।

ସମ୍ବନ୍ଧିତ ଖବର