ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ବାତିଲ ହୋଇ ଯାଇଥିବା ସୂଚନା ମିଳିଛି। ରାହୁଲ ଗାନ୍ଧୀ ମାର୍ଚ୍ଚ ୮ରେ ବରଗଡ଼ ଗସ୍ତରେ ଆସିବାର ଥିଲା।

Advertisment

ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେବାକୁ ଯାଉଛି, ରାଜନୈତିକ ଦଳର ନେତାମାନେ ଭୋଟ ଠୁଳାଇବା ପାଇଁ ସେତିକି ବ୍ୟସ୍ତ ହୋଇପଡ଼ିଛନ୍ତି। ଏହି କ୍ରମରେ ଓଡ଼ିଶାକୁ ଜାତୀୟ ରାଜନୈତିକ ଦଳର ନେତାମାନେ ଅଧିକ ଦୃଷ୍ଟି ଦେଉଥିବା ଅନୁମାନ କରାଯାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାର୍ଚ୍ଚ ୮ରେ ବରଗଡ଼ ଆସିବାର ଥିଲା। ମାତ୍ର ରାହୁଲଙ୍କ  ବରଗଡ଼ ଗସ୍ତ ବାତିଲ ହୋଇ ଯାଇଥିବା ବେଳେ ସେ କୋରାପୁଟ ଜିଲ୍ଲାର ଜୟପୁର ସମାବେଶରେ ଉଦ୍‌ବୋଧନ ଦେବେ।