ରାହୁଳ ଗାନ୍ଧୀ କଦାପି ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ: ମେନକା ଗାନ୍ଧୀ
ନୂଆଦିଲ୍ଲୀ: ବିନା କୌଣସି ଚମତ୍କାରୀତାରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କଦାପି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତ୍ରୀ ମେନକା ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାହୁଳ ଦୁଇଟି ଲୋକସଭା ଆସନ ଆମେଥି ଏବଂ ଓ୍ଵାୟାନାଡ଼ାରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ସେ କହିଲେ କି, ଯେ କୌଣସି ବ୍ୟକ୍ତି ଦୁଇ ବା ତା’ ଠାରୁ ଅଧିକ ଆସନରେ ନିର୍ବାଚନ ଲଢ଼ି ପାରିବେ।
ହାତରେ କର୍ମୀ ନ ଥିବାରୁ ଲୋକସଭା ନର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।
ରାହୁଳ ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ଉପରେ ଆରୋପ କରାଯାଉଥିବା ଦୁର୍ନୀତି ମାମଲା ସଂକ୍ରାନ୍ତରେ ମେନକା ଗାନ୍ଧୀ କହିଲେ ଯେ କଂଗ୍ରେସ ତା’ର ପ୍ରାସଙ୍ଗିକତା ହରାଇଛି।
ମେନକା ଗାନ୍ଧୀ ସୁଲ୍ତାନପୁରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେଠାରୁ ଜିଣିବେ ବୋଲି ସେ ଦୃଢ଼ ନିଶ୍ଚିତ। ସେ କହିଲେ ମୋ ସ୍ୱାମୀ ସଞ୍ଜୟ ଗାନ୍ଧୀ ଦୁଇ ଥର ନିର୍ବାଚନ ଜିଣିଥିଲେ ଏବଂ ବରୁଣ ଗତ ଥର ସୁଲ୍ତାନପୁର ଆସନରୁ ଜିଣିଛି। ଏଥର ମୁଁ ଓ ଅନ୍ୟ କର୍ମୀମାନେ ପୁଣି କଠୋର ପରିଶ୍ରମ କରିଛୁ, ଆମେ ଜିଣିବୁ।
ସେ ପୁଣି କହିଲେ: ଦିନକୁ ଦିନ ଆମ ପରିସ୍ଥିତିରେ ଉନ୍ନତି ଘଟୁଛି। ଗତ ଥର ଅପେକ୍ଷା ଅଧିକ ଆସନ ଜିଣି ଆମେ ସରକାର ଗଠନ କରିବାକୁ ଯାଉଛୁ। ପିଲିଭିତ୍ରେ ମୁଁ ଅନେକ କାମ କରିଥିବାରୁ ବରୁଣ ସହଜରେ ନିର୍ବାଚନ ଜିଣିଯିବ।