ଥରୁରଙ୍କ ପ୍ରତି ଅମଙ୍ଗ ରାହୁଲ ଗାନ୍ଧୀ କହିଲେ-  ଭୁଲ ଟିପ୍ପଣୀ ଆମର ଲଢ଼େଇକୁ ଦୁର୍ବଳ କରୁଛି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀ ପାର୍ଟି ସାଂସଦ ଶଶି ଥରୁରଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ପଣୀକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି। ଦିଲ୍ଲୀରେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ସମିତିର ବୈଠକକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି, ମୁଁ ବଡ଼ ଲଢ଼େଇ କରିଛୁ। ପ୍ରତ୍ୟେକ ନେତାଙ୍କୁ ପାର୍ଟି ଫୋରମରେ ନିଜର କଥା ଉପସ୍ଥାପନ କରିବାର ଅଧିକାର ରହିଛି କିନ୍ତୁ କୌଣସି ବି ଭୁଲ ଟିପ୍ପଣୀ ଆରମ ଲଢ଼େଇକୁ ଦୁର୍ବଳ କରୁଛି। ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ପଛେଇ ପାରିବି ନାହିଁ।

କୁହାଯାଉଛି ଯେ, କଂଗ୍ରେସ ସାଂସଦ ଶଶି ଥରୁରଙ୍କ ତାଲିବାନ ଓ ହିନ୍ଦୁ ପାକିସ୍ତାନ ବୟାନ ନେଇ ରାହୁଲ ଗାନ୍ଧୀ ଅମଙ୍ଗ ହୋଇଛନ୍ତି। କେରଳର ସାଂସଦ ଥରୁର ନିକଟରେ ହିନ୍ଦୁ ପାକିସ୍ତାନ ଓ ହିନ୍ଦୁ ତାଲିବାନ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ଥରୁର ପୂର୍ବରୁ ମଧ୍ୟ ମୋଦି ସରକାରଙ୍କ ୨୦୧୯ରେ ଜିତିବା ନେଇ ଭାରତର ହିନ୍ଦୁ ପାକିସ୍ତନୀ ହେବା ଉପରେ ଟିପ୍ପଣୀ ଦେଇଥିଲେ। ସେ ବିଜେପିକୁ ଟାର୍ଗେଟ କରି କହିଥିଲେ, ବିଜେପି ହିନ୍ଦୁତ୍ୱର ତାଲିବାନକରଣ କରିବା ଚାହୁଁଛି। ବିଜେପି କ୍ରମାଗତ ଏହି ବୟାନ ପାଇଁ ଥରୁର, କଂଗ୍ରେସ ଓ ରାହୁଲକୁ ଟାର୍ଗେଟ କରିଥିଲା।

 

ସମ୍ବନ୍ଧିତ ଖବର