ଅହମଦାବାଦ: ଆଜି ବିମୁଦ୍ରାୟନର ପ୍ରଥମ ବାର୍ଷିକୀରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ କ୍ୟାଣ୍ଡଲ୍ଲାଇଟ୍ ଭିଜିଲ୍ରେ ଯୋଗ ଦେବା ପାଇଁ ସୁରତ ଯିବେ। ମୋଦି ସରକାରଙ୍କ ନିଷ୍ପତ୍ତି ବିରୋଧରେ ବିରୋଧୀ ଦଳ ସବୁ ପାଳନ କରୁଥିବା କଳା ଦିବସର ଏହା ଏକ ଅଂଶ ବିଶେଷ।
ମୋଦିଙ୍କ ନିଷ୍ପତ୍ତିକୁ ବିପର୍ଯ୍ୟୟ ଆଖ୍ୟା ଦେଇ ସେ ଟୁଇଟ୍ କରିଛନ୍ତି: ନିୟୁତ ନିୟୁତ ସାଧୁ ଭାରତୀୟଙ୍କ ଆୟପନ୍ଥା ନଷ୍ଟ କରି ଥିବା ଏ ପଦକ୍ଷେପ ଏକ ଚିନ୍ତାରହିତ କାର୍ଯ୍ୟ। ଆଜି ରାହୁଳ ଶିଳ୍ପ ଏବଂ ଶ୍ରମିକ ପ୍ରତିନିଧିମାନଙ୍କ ସହ ଅନପୌଚାରିକ ବୈଠକରେ ଯୋଗ ଦେବେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି।
କଂଗ୍ରେସ ନେତା ଆଜି ସନ୍ଧ୍ୟାରେ ସହରର ଆଦାଜାନ ଅଞ୍ଚଳରେ ଥିବା ବ୍ୟବସାୟୀମାନଙ୍କ ସହ ଆନୁଷ୍ଠାନିକ ଭାବେ କଥାବାର୍ତ୍ତା କରି ଗତ ବର୍ଷକ ମଧ୍ୟରେ ସେମାନଙ୍କ ଉପରେ ବିମୁଦ୍ରାୟନର ପ୍ରଭାବ ସମ୍ପର୍କରେ ଧାରଣା ଜ୍ଞାତ କରିବେ।
ବ୍ୟବସାୟୀମାନଙ୍କ ସହ ଆନୁଷ୍ଠାନିକ ବୈଠକ ପରେ ସେ ସୁରତ ସହରର ଚୌକ୍ ବାଜର ଅଞ୍ଚଳରେ ଥିବା ବିବେକାନନ୍ଦ ମୂର୍ତ୍ତି ନିକଟରେ କ୍ୟାଣ୍ଡଲ୍ଲାଇଟ୍ ଭିଜିଲ୍ରେ ଅଂଶ ଗ୍ରହଣ କରିବେ।
ଦଳର ଉପାଧ୍ୟକ୍ଷଙ୍କ ପ୍ରସ୍ତାବିତ ଗସ୍ତ ଏବଂ କାର୍ଯ୍ୟକ୍ରମ ସଂକ୍ରାନ୍ତରେ କଂଗ୍ରେସ ମୁଖପାତ୍ର ମନିଷ ଦୋଷି ନିଶ୍ଚିତ କରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/raga-in-surat_647_110817091521.jpg)