ରାହୁଲ କଲେ ବଡ଼ ଖୁଲାସା; ପୁଷ୍କରରେ ପୂଜା ବେଳେ ପୂଜକଙ୍କୁ ଜଣାଇଲେ ଜାତି ଓ ଗୋତ୍ର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ରାଜସ୍ଥାନସ୍ଥିତ ପୁଷ୍କରର ବ୍ରହ୍ମା ମନ୍ଦିରରେ ପୂଜା କରିବା ପରେ ତାଙ୍କ ଜାତି ଓ ଗୋତ୍ର ସାମ୍ନାକୁ ଆସିଛି। ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି)  ପକ୍ଷରୁ ଅନେକ ବାର ରାହରୁଲଙ୍କ ଜାତି ଓ ଗୋତ୍ର ନେଇ ପ୍ରଶ୍ନ ଉଠିଛି। ରାହୁଲଙ୍କ ବେକରେ ପଇତା ଦେଖିବା ପରେ ସେ ବ୍ରାହ୍ମଣ କି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ ହୋଇଥିଲା।

ବିଜେପିର ବାରମ୍ବାର ପ୍ରଶ୍ନ ପରେ ଶେଷରେ କଂଗ୍ରେସ ଅଧ୍ୟକ୍ଷ ନିଜ ଗୋତ୍ର କ’ଣ ଜଣାଇଛନ୍ତି। ମନ୍ଦିରରେ ପୂଜା ସମୟରେ ପୂଜାରୀ ସଂକଳ୍ପ କରିବା ପାଇଁ ରହୁଲଙ୍କୁ ତାଙ୍କ ଜାତି ଓ ଗୋତ୍ର କ’ଣ ବୋଲି ପଚାରିଥିଲେ। ରାହୁଲ ପୂଜାରୀଙ୍କୁ ସେ କୌଲ୍‌ ବ୍ରାହ୍ମଣ ଓ ତାଙ୍କ ଗୋତ୍ର ଦତାତ୍ରେୟ ବୋଲି କହିଥିବାର ଜାଣିବାକୁ ମିଳିଛି।

ଅକ୍ଟୋବର ମାସରେ ରାହୁଲ ମଧ୍ୟପ୍ରଦେଶର ଉଜୟନ୍‌ଠାରେ ମହାକାଳେଶ୍ୱର ମନ୍ଦିରରେ ପୂଜା କରିଥିଲେ। ସେ ସମୟରେ ରାହୁଲଙ୍କ ବେକରେ ପଇତା ଥିବା ଦେଖି ବିଜେପି ମୁଖପାତ୍ର ତାଙ୍କ ଜାତି ଗୋତ୍ରକୁ ନେଇ ନିଜର ଆଗ୍ରହ୍ୟ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର