ମୁଁ ୧୬ ବର୍ଷ ହେବ ମନ୍ଦିର-ମସଜିଦ-ଗୁରୁଦ୍ୱାର ଯାଉଛି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ମୁଁ ୧୬ ବର୍ଷ ହେବ ମନ୍ଦିର ଓ ମସଜିଦ ଯାଉଛି। ଏଥିରେ ଭାରତୀୟ ଜନତା ପାର୍ଟିକୁ ଅସୁବିଧା ହେଉଛି। କାରଣ ବିଜେପି ପ୍ରତ୍ୟେକ କ୍ଷେତ୍ରରେ ପଦାଧିକାରୀ ଚାହୁଁଛି। ସେ କହିଛନ୍ତି ଦେଶରେ ବର୍ତ୍ତମାନ ‘ବୈଚାରିକ ଯୁଦ୍ଧ’ ଚାଲିଛି ଓ ଆରଏସଏସ ବିରୋଧରେ ଏହି ବୈଚାରିକ ଯୁଦ୍ଧର କେନ୍ଦ୍ର ହେଉଛି କଂଗ୍ରେସ।

ଜାତୀୟ ଗଣମାଧ୍ୟମ ପକ୍ଷରୁ ଅୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ଦିର ଯିବା ନେଇ ପଚରାଯିବାରୁ ରାହୁଲ କହିଛନ୍ତି, ଏହା ଆଶ୍ଚର୍ଯ୍ୟର ବିଷୟ। ମୁଁ ମନ୍ଦିର, ମସଜିଦ ଓ ଗୁରୁଦ୍ୱାର ୧୬ ବର୍ଷ ହେବ ଯାଉଛି କିନ୍ତୁ ଗୁଜୁରାଟ ନିର୍ବାଚନ ପରେ ଏବିଷୟରେ ପ୍ରଚାର ହେଉଛି।

ମୋ ମତରେ ମୁଁ ମନ୍ଦିର ଅଥବା ମସଜିଦ ଯିବା ଦ୍ୱାରା ବିଜେପିକୁ ଅସୁବିଧା ହେଉଛି। ମୁଁ ଭାବୁଛି ସେମାନେ କେବଳ ମନ୍ଦିର ଯାଇପାରିବେ। ହିନ୍ଦୁ ଧର୍ମ ଓ ହିନ୍ଦୁତ୍ୱ ମଧ୍ୟରେ ପାର୍ଥକ୍ୟ ରହିଛି। ହିନ୍ଦୁ ଧର୍ମ ଏକ ଦର୍ଶନ ଅଟେ କିନ୍ତୁ ହିନ୍ଦୁତ୍ୱ ଏକ ରାଜନୈତିକ ବିଚାରଧାରା। ମୁଁ ଭାବି ପାରୁ ନାହିଁ ଯେ, ମୁଁ କାହିଁକି ମନ୍ଦିର ଯାଇପାରିବି ନାହିଁ ବୋଲି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର