ବରଗଡ଼ : ନିର୍ବାଚନ ଘୋଷଣା ପରେ ଓଡ଼ିଶା ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବରଗଡରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବା ସହ ୨୦୧୯ ମହାସମର ପାଇଁ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ୨୦୧୯ ନିର୍ବାଚନ ବିଜୟ ପାଇଁ କର୍ମୀଙ୍କୁ ଦେଇଛନ୍ତି ଆହ୍ୱାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ରାହୁଲଙ୍କ ଓଡିଶା ଗସ୍ତ କଂଗ୍ରେସ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଛି । ଆଉ ନିର୍ବାଚନ ମଇଦାନକୁ ଯିବା ପୂର୍ବରୁ କଂଗ୍ରେସ କର୍ମୀଙ୍କ ମନରେ ଜୋଶ ଭରିଛନ୍ତି ରାହୁଲ । ରାହୁଲଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଏହି ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଉଭୟ ବିଜେଡି ଓ ବିଜେପି ସରକାରକୁ ହଟାଇବାକୁ  ଆହ୍ୱାନ ଦେଇଛନ୍ତି ଭୂପେଶ ।

Advertisment

ବରଗଡକୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାବେଳେ ଏବେ ଏଠାରେ ଚାଷୀ ଆତ୍ମହତ୍ୟା କରୁଛି । ପ୍ରତିଦିନ ଭାରତରେ ଚାଷୀ ଆତ୍ମହତ୍ୟା କରୁଛନ୍ତି।
ଗତ ୫ ବର୍ଷ ମଧ୍ୟରେ ମୋଦି କିଛି ଲୋକଙ୍କ ସାଢେ ୩ ହଜାର କୋଟି ଟଙ୍କା ଋଣ ଛାଡ କରିଛନ୍ତି ।
ଅମ୍ବାନୀ ଓ ନିରବ ମୋଦିଙ୍କ ପାଇଁ କୋଟି କୋଟି ଟଙ୍କା ଛାଡ କରୁଥିବା ବେଳେ ଚାଷୀଙ୍କ ପାଇଁ ଟଙ୍କାଟିଏ ମଧ୍ୟ ଛାଡ କରୁନାହାନ୍ତି କେନ୍ଦ୍ର ସରକାର।
ଛତିଶଗଡରେ ୧୦ ଦିନ ମଧ୍ୟରେ ଋଣଛାଡ କରିବାକୁ କହିଥିଲୁ, କ୍ଷମତାକୁ ଆସିବାର ୬ ଘଣ୍ଟା ମଧ୍ୟରେ ଋଣଛାଡ କରିଛୁ।
ଆଦିବାସୀଙ୍କ ଜମି ଲୁଟ୍ କରି ନିଜର ବନ୍ଧୁ ମାନଙ୍କୁ ଦେବାକୁ ଚାହୁଁଛନ୍ତି ମୋଦି।
ଛତିଶଗଡରେ ଯାହା କରିଛୁ ଓଡିଶାରେ ମଧ୍ୟ ତାହାକୁ ଲାଗୁ କରିବୁ।

publive-imageଓଡିଶା ବେରୋଜଗାରୀର ଗନ୍ତାଘର, ବେରୋଜଗାର ଯୁବକଙ୍କୁ ନବୀନ କିମ୍ବା ମୋଦି ରୋଜଗାର ଦେଇଛନ୍ତି କି?
ଉଭୟ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣ କରିବାକୁ ପ୍ରୟାସ କରୁଛନ୍ତି।
ପ୍ରତି ନାଗରିକଙ୍କୁ ସ୍ୱାସ୍ଥ୍ୟ ଅଧିକାର ଦିଆଯିବ । ଶିକ୍ଷା, ସ୍ୱାସ୍ଥ୍ୟକୁ ଦିଆଯିବ ଗୁରୁତ୍ୱ । କମ ଟଙ୍କାରେ ଶିକ୍ଷା ଓ ସୁଲଭ ସ୍ୱାସ୍ଥ୍ୟ ଯୋଗାଇ ଦିଆଯିବ ।
ଓଡିଶାରେ ଅଫିସର ଶାସନ ଚଳାଉଛନ୍ତି । କେନ୍ଦ୍ରରୁ ମୋଦି ସରକାର ରିମୋଟ ଦ୍ୱାରା ନବୀନ ସରକାରକୁ ଚଳାଉଛନ୍ତି ।
କଂଗ୍ରେସ ସରକାର ଆସିଲେ ଏକକ ଟ୍ୟାକ୍ସର ପ୍ରଚଳନ କରିବୁ।
ଚିଟଫଣ୍ଡ ଓ ଖଣି ଦୁର୍ନୀତିର ଦୋଷୀଙ୍କୁ କାଠଗଡାକୁ ଟାଣିବୁ।
ରାଜ୍ୟରେ ଦେଢ ଲକ୍ଷ ସରକାରୀ କର୍ମଚାରୀଙ୍କ ପଦବୀ ଖାଲି ପଡିଛି, ତାହାକୁ ପୂରଣ କରିବୁ।
କଂଗ୍ରେସ ସରକାର ଆସିଲେ ଯିଏ ଦୁର୍ନୀତି କରିଛି ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଲୋକଙ୍କୁ ନ୍ୟାୟ ଦିଆଯିବ।