ବଢ଼ିଲା ନିର୍ବାଚନୀ ଉଷ୍ମତା: ଏଣିକି ସବୁ ମାସରେ ଥରଟିଏ ଓଡ଼ିଶା  ଆସିବେ ରାହୁଲ୍

ଭୁବନେଶ୍ବର: ଏଣିକି ସବୁ ମାସରେ  ଥରଟିଏ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି । କଂଗ୍ରେସର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଆଜି ଏହି ସୂଚନା ଦେଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି କଂଗ୍ରେସ। ଜାନୁଆରି ୨୫ରେ ରାହୁଲ ଗାନ୍ଧି  ଓଡିଶା ଆସୁଛନ୍ତି ।

ସେହିପରି ଦଳୀୟ ବିଶୃଙ୍ଖଳାକାରୀଙ୍କୁ ସେ ବି କଡା ଚେତାବନୀ ଦେଇଛନ୍ତି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ  । ଜିତେନ୍ଦ୍ର କହିଛନ୍ତି,ଦଳରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବନାହିଁ । ଆଗକୁ ବି ଏହି ପ୍ରକ୍ରିୟା ଜାରି ରହିବ । ନିଜ ସ୍ୱାର୍ଥ ପାଇଁ ନେତା ଦଳ ଛାଡୁଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ମଧ୍ୟରେ ପ୍ରତିଯୋଗିତା ସେତେ ବଢି ବଢି ଚାଲିଛି । ଯଦି ରାଜ୍ୟ ରାଜନୀତି ଉପରେ ନଜର ପକାଇବା ତେବେ ଓଡ଼ିଶା ଦଖଲ କରିବାକୁ ବିଜେଡି ସମେତ ବିଜେପି ଏବଂ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଲେଣି । ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡିଶା ଆସୁଥିବା ବେଳେ ଶୁକ୍ରବାର ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଖାଲି ଶୁକ୍ରବାର ନୁହେଁ ନିର୍ବାଚନ ପାଖେଇ ଆସୁଥିବାରୁ ଏଣିକି ସବୁ ମାସରେ ଓଡିଶାକୁ ଥରୁଟିଏ ରାହୁଲ ଗାନ୍ଧି ଓଡିଶା ଆସିବେ ବୋଲି ସୂଚନା ମିଳିଛି ।

ଜାନୁଆରି ୨୫ ତାରିଖରେ ରାହୁଲ ଓଡିଶା ଆସୁଥିବା ବେଳେ ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏକ ବିଶାଳ ସମାବେଶର ମଧ୍ୟ ଆୟୋଜନ କରୁଛି ରାଜ୍ୟ କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ।

ସେପଟେ, ଆସନ୍ତା ୨୯ତାରିଖରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କୁଳିଆଠାରେ ଆୟୋଜିତ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହା । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର