ରାହୁଲ ଖେଳିଲେ ମହିଳା କାର୍ଡ : ଓଡ଼ିଶାର ମହିଳାଙ୍କୁ ମାଗଣା ଶିକ୍ଷା, ବିବାହ ପାଇଁ ଆର୍ଥିକ ସହାୟତାର ପ୍ରତିଶ୍ରୁତି ଦେଲେ

ଜୟପୁର: କୋରାପୁଟ ଜୟପୁର ଗସ୍ତରେ ଆସି ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶକୁ ଉଦବୋଧନ ଦେଇ ନବୀନ ସରକାରଙ୍କୁ ସମାଲୋଚନା କରିବା ସହିତ ଓଡ଼ିଶାରେ ସରକାର ଗଢିବାକୁ ରାଜ୍ୟବାସୀଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ଓଡ଼ିଶାରେ କଂଗ୍ରେସ ସରକାର ଗଢିଲେ ରାଜ୍ୟବାସୀଙ୍କ ତଥା ଓଡ଼ିଶାର ମାଆ ଏବଂ ଭଉଣୀଙ୍କୁ ସମ୍ମାନ ସହ ଅନେକ ସୁବିଧା ମିଳିବା ନେଇ ସ୍ୱପ୍ନ ଦେଖାଇଛନ୍ତି ରାହୁଲ ।

ରାହୁଲ କହିଛନ୍ତି, ଯଦି ଓଡ଼ିଶାରେ କଂଗ୍ରେସ ସରକାର ଗଢେ ତେବେ ରାଜ୍ୟବାସୀଙ୍କୁ ପ୍ରତିମାସରେ ମିନିମମ୍ ଗ୍ୟାରେଣ୍ଟି ଆମଦାନି ଦେବେ । ଯେ ପର୍ଯ୍ୟନ୍ତ ଓଡ଼ିଶାବାସୀ ଗରିବୀରୁ ନ ବାହାରିଛନ୍ତି ସେ ପର୍ଯ୍ୟନ୍ତ ଏହି ଟଙ୍କା ମିଳୁଥିବା ନେଇ ରାହୁଲ କହିଛନ୍ତି । ମହିଳା ଦିବସ ଅବସରରେ ଦେଶ ତଥା ଓଡ଼ିଶାର ସମସ୍ତ ମାଆ ଏବଂ ଭଉଣୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶାର ମହିଳାଙ୍କ ପାଇଁ ନେଇଥିବା ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି କି, ଯଦି କଂଗ୍ରେସ ଓଡ଼ିଶାରେ ସରକାର ଗଢେ ତେବେ।

– ଓଡ଼ିଶାରେ ପ୍ରତ୍ୟେକ ମହିଳାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ ।

– ପ୍ରତ୍ୟେକ ଗରିବ ଝିଅର ବିବାହ ପାଇଁ ଆର୍ଥିକ ସହାୟତା ଦିଆଯିବ।

– ବିଧବା ପେନସନ ୨ ହଜାର ଟଙ୍କା ଦିଆଯିବ।

– ପ୍ରତ୍ୟେକ ପଂଚାୟତରେ ଜଣେ ଲେଖାଏଁ ସ୍ୱେସିଆଲ ଅଫିସର, ଯିଏ କି ମହିଳାଙ୍କ ପାଇଁ ନିଯୁକ୍ତ କରାଯିବ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଶୁଣିବା ସହ ସେମାନଙ୍କୁ ନ୍ୟାୟ ଦେବାରେ ଏମାନେ ତାଙ୍କୁ ସାହାର୍ଯ୍ୟ କରିବେ।

– ଯେଉଁ ମହିଳା ମାନେ ଛୋଟ ବ୍ୟବସାୟ ଚଳାଉଛନ୍ତି, ସେମାନଙ୍କ ପାଇଁ ଏକ ଫାଇନାନ୍ସିଆଲ କର୍ପୋରେସନ, ଯେଉଁମାନେ କି ସେମାନଙ୍କୁ ସହାୟତା କରିବ ଏବଂ ସେମାନଙ୍କର ବ୍ୟବସାୟକୁ ସଂପୂର୍ଣ୍ଣ ସହଯୋଗ କରିବ।

ସମ୍ବନ୍ଧିତ ଖବର